ଜମାଟୋରେ ଛଟେଇ

Spread the love

ନୂଆଦିଲ୍ଲୀ: ଖାଦ୍ୟ ଯୋଗାଣକାରୀ ଆପ ଜମାଟୋ ମଧ୍ୟ କର୍ମଚାରୀ ଛଟେଇ ଆରମ୍ଭ କରି ଦେଇଛି। ଚଳିତ ସପ୍ତାହରୁ ଜମାଟୋରେ ଛଟେଇ ପର୍ବର ଶୁଭାରମ୍ଭ କରାଯାଇଛି। କମ୍ପାନୀକୁ ଲାଭ ଦେବାକୁ ତଥା ଖର୍ଚ୍ଚ କାଟ କରିବାକୁ ଏପରି କରାଯାଉଛି। ଏହି ସପ୍ତାହରେ  ଜମାଟୋର ୧୦୦ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏପରି ସୂଚନା ମିଳିଛି ମନିକଣ୍ଟ୍ରୋଲର ଏକ ରିପୋର୍ଟରୁ।

ଛଟେଇର ସମ୍ମୁଖୀନ ହୋଇଥିବା ୧୦୦ କର୍ମାଚରୀ କମ୍ପାନୀର ବିଭିନ୍ନ ବିଭାଗରୁ ରହିଥିବା ବଜାର ଉପରେ ନଜର ରଖିଥିବା ବିଶେଜ୍ଞଙ୍କ ସୂତ୍ରରୁ ଏହି ରିପୋର୍ଟରୁ ଜଣାପଡିଛି। ଜମାଟୋର ପ୍ରଡକ୍ଟ, ଟେକ, କାଟଲଗ, ମାର୍କେଟିଂ ବିଭାଗରେ ନିୟୋଜିତ ୧୦୦ ଜଣଙ୍କୁ ଚାକିରିରୁ ବାହାର କରିଛି କମ୍ପାନୀ। କୁହାଯାଉଛି, ଛଟେଇରୁ ଯୋଗାଣ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ବାଦ ପଡିଛନ୍ତି।  କିନ୍ତୁ ଜମାଟୋର ମୋଟ କର୍ମଚାରୀଙ୍କ ୪ ପ୍ରତିଶତଙ୍କୁ ବିଦା କରିବାକୁ କମ୍ପାନୀ ଯୋଜନା କରୁଛି।

Leave a Reply

Your email address will not be published. Required fields are marked *