ଯୋଗୀଙ୍କ ସମର୍ଥନରେ ଜିଏସଟି ଡେପୁଟି କମିଶନରଙ୍କ ଇସ୍ତଫା

ଯୋଗୀଙ୍କ ଅପମାନ ବରଦାସ୍ତ କରିବିନି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ଯେଭଳି ଢଙ୍ଗରେ ଯୋଗୀଙ୍କ ପ୍ରତି କମେଣ୍ଟ କଲେ, ସେଥିରେ ଭାଙ୍ଗି ପଡ଼ିଲେ ଜିଏସଟି ଡେପୁଟି କମିଶନର। ଆଉ କାନ୍ଦି କାନ୍ଦି ନିଜ ଚାକିରୀରୁ ଆଜି ବଢ଼ାଇ ଦେଇଛନ୍ତି ଇସ୍ତଫା। ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀଙ୍କ ସମର୍ଥନରେ ବାହାରି ଚାକିରୀରୁ ଇସ୍ତଫା ଦେଇଛନ୍ତି ଅଯୋଧ୍ୟାର ଡେପୁଟି କମିଶନର ପ୍ରଶାନ୍ତ କୁମାର। ଇସ୍ତଫା ପତ୍ରରେ ପ୍ରଶାନ୍ତ ଲେଖିଛନ୍ତି, ସେ ଯାହାର ଲୁଣ ଓ ରୋଟି ଖାଉଛନ୍ତି। ଯେଉଁ ରାଜ୍ୟର ଦରମାରୁ ତାଙ୍କ ଘର ଚଳୁଛି। ଯଦି ସେ ପ୍ରଦେଶର ମୁଖିଆଙ୍କ ଉପରେ ଅସଂସଦୀୟ ଶବ୍ଦର ପ୍ରୟୋଗ କରାଯିବ। ତାକୁ ସେ ସହିପାରିବେନି। ତାଙ୍କ ହୃଦୟରେ ବି ହୃଦୟ ଓ ସମ୍ୱେଦନଶୀଳତା ଅଛି। ସେ ୟୁପି କର୍ମଚାରୀ ନିୟମାବଳୀରେ ବନ୍ଧା। କିନ୍ତୁ ଦୁଇ ଦିନ ହେଲା ସେ ଏହି ପୀଡ଼ାକୁ ବରଦାସ୍ତ କରିପାରୁନାହାନ୍ତି। ସେଥିଲାଗି ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୪୮ ବର୍ଷୀୟ ପ୍ରଶାନ୍ତ ଏହା ପରେ ପତ୍ନୀଙ୍କ ସହ ଫୋନରେ କଥାବାର୍ତ୍ତା କରିବା ବେଳେ କାନ୍ଦି ପକାଇଥିଲେ। ପ୍ରଶାନ୍ତ ମୂଳତଃ ମାଉ ଜିଲ୍ଲାର ସରଓ୍ୱା ଗାଁର। ସହାରନପୁରରେ ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। ଅଯୋଧ୍ୟାରେ ସେ ୨୧ ଅକ୍ଟୋବର, ୨୦୨୩ରେ ପୋଷ୍ଟିଂ ପାଇଥିଲେ। ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନ ହେଲା ଯାଏ, ସେ ସରକାରୀ କାମ ଜାରି ରଖିବେ। ଇସ୍ତଫା ଗୃହୀତ ପରେ ତାଙ୍କ ସାଧନ ଅନୁସାରେ ସେ ସମାଜ ପାଇଁ କାମ କରିବେ। ବିରୋଧ କରିବାକୁ ସମ୍ୱିଧାନ ଅନୁମତି ଦେଇଛି। କିନ୍ତୁ ପାଲିଙ୍କିରେ ବସି ମୁଖ୍ୟମନ୍ତ୍ରୀଙ୍କୁ କେହି ବି ଓଲଟା ପାଲଟା କଥା କହିପାରିବେନି। ଏହା ସମାଜକୁ ଭୁଲ୍ ବାର୍ତ୍ତା ଦେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *