ବିନା ଗୋଡରେ ଦୌଡୁଛି ଝିଅ

Spread the love

ଦିବ୍ୟାଙ୍ଗ ହେଲେ ବି ନୁହଁନ୍ତି ଅସହାୟ, କାହାର ଦୟାର ପାତ୍ର। ନିଜର ମନୋବଳ ଏବଂ ଦୃଢ ଇଛାଶକ୍ତି ଯୋଗୁଁ ଦିବ୍ୟାଙ୍ଗ ହୋଇ ବି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେମାନେ। କାହାର ଦୁଇ ହାତ ନଥିବା ବେଳେ ସେ ସବୁ କାମ କରିପାରୁଥିବା ସହ କାହାର ଗୋଡ ନ ଥାଇ ସେ ପବନ ଭଳି ଜୋରରେ ଦୌଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଭଳି ଅନେକ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ସମସ୍ତଙ୍କ ମନ ଜିଣି ପାରୁଛି। ବିନା ଗୋଡରେ ସ୍କୁଲ ଖେଳପଡିଆରେ ଦୌଡୁଛି ଛୋଟ ଝିଅ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ହଁ ଜଣଙ୍କର ଗୋଡ ନ ଥିଲେ ସେ ଚାଲି ପାରିବେ ନାହିଁ, କିନ୍ତୁ ଆମେ କହୁଥିବା ଝିଅଟି ବିନା ଗୋଡରେ ଖାଲି ଚାଲିନାହିଁ, ପବନ ବେଗରେ ଦୌଡିପାରେ। ଝିଅଟି ଖେଳପଡିଆରେ ବିନା ଗୋଡରେ ଦୌଡୁଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଖେଳୁଥିବା ଅନ୍ୟ ପିଲାମାନେ ଝିଅଟିର ଦୌଡିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଝିଅର ଏଭଳି ଦୁଃସାହସିକ ଦୌଡିବା ଦେଖି ଖୁବ ଖୁସି ହୋଇଯାଇଥିଲେ। ଏହାପରେ ଝିଅକୁ ଜଣେ ପରେ ଜଣେ ଆଲିଙ୍ଗନ କରି ସାବାସି ଦେଇଥିଲେ।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *