ବାଇକରେ ପ୍ରେମୀଯୁଗଳଙ୍କ ରୋମାଣ୍ଟିକ ଷ୍ଟଣ୍ଟ- କଟିଲା ୫୩ହଜାର ୫ଶହ ଟଙ୍କାର ଚାଲାଣ

ଏକ୍ସପ୍ରେସ ଓ୍ୱେରେ ବାଇକରେ ବସି ପ୍ରେମୀ ଯୋଡ଼ି କରୁଥିଲା ରୋମାଣ୍ଟିକ ଷ୍ଟଣ୍ଟ। ଆଉ ସୋସିଆଲ ମିଡିଆରେ ଭିିଡ଼ିଓ ଭାଇରାଲ ପରେ ପୁଲିସ ୫୩ହଜାର୫ଶହ ଟଙ୍କାର ଚାଲାଣ କାଟିଛି। ନୋଏଡାରେ ବାଇକ ଟାଙ୍କିରେ ଟାଇଟନିକ ପୋଜ୍ ଦେଇ ଯାଉଥିଲେ ପ୍ରେମୀଯୁଗଳ। ନୋଏଡାର ସେକ୍ଟର ୯୪ର ଏହି ମାର୍ଗକୁ ଏବେ ଏକ୍ସପ୍ରେସ ୱେ ରୋମାନ୍ସ କରିଦିଆଯାଉ ବୋଲି ଅନେକ ୟୁଜର୍ସ ମତ ଦେଇଛନ୍ତି। ନୋଏଡା ପୁଲିସ ଏହି ପ୍ରେମୀଯୁଗଳଙ୍କୁ ପ୍ରେମପତ୍ର ସ୍ୱରୂପ ୫୩୫୦୦ ଟଙ୍କାର ଚାଲାଣ ଭେଇକିଲ ଆକ୍ଟରେ କାଟିକି ପଠାଇଦେଇଛି। ଗୋଟିଏ ପଟେ ଜୀବନକୁ ବିପଦସଙ୍କୁଳ ଭାବେ ପକାଇ ଏମିତି ଷ୍ଟଣ୍ଟ ତା ପୁଣି ଏକ୍ସପ୍ରେସ ଓ୍ୱେରେ ଏଭଳି ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *