ଅଧିକାଂଶ ଜିଲ୍ଲାକୁ ଛୁଇଁଲା ମୌସୁମୀ

Spread the love

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଲୋକଙ୍କୁ ଖରା ଗରମରୁ ଆଶ୍ବସ୍ତି ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟର ଅନ୍ୟ ୬ଟି ଜିଲ୍ଲାକୁ ମୌସୁମୀ ଛୁଇଁବ।

ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତମାସ ଛୁଇଁଥିଲା। ମେ’ ମାସ ୩୦ ତାରିଖରେ କେରଳ ସ୍ପର୍ଶ କରିଥିଲା। ଓଡ଼ିଶାରେ ମୌସୁମୀ ବାୟୁ ଗତ ୮ ତାରିଖରେ ଛୁଇଁଥିଲା। ମୌସୁମୀ ବାୟୁ ସ୍ପର୍ଶ କଲା ପରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିଲା। ୨୪ ଘଣ୍ଟା ମଧ୍ୟ‌ରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଥିଲା।

ମୌସୁମୀ ବର୍ଷା ହେବା ପରେ ଗ୍ରୀଷ୍ମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ମୌସୁମୀ ପ୍ରଭାବରେ ଏବେ କ୍ରମଶଃ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ଚାଷ କାମ ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *