କାଲିଠୁ ବଢିବ ବର୍ଷା

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ଆଶଂକା କରାଯାଇଛି । ଏନେଇ ପାଣିପାଗ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୨୮ ପ୍ରତିଶତ କମ୍ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତ ୩ ଘଣ୍ଟା ପାଇଁ ୧୨ ଜିଲ୍ଲା ସହ ଭୁବନେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରିଛି ପାଣିପାଗ ବିଭାଗ । ଆସନ୍ତା ୩ ଘଂଟା ମଧ୍ୟରେ ୧୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *