ବରଗଡ଼ରେ ବଜ୍ରାଘାତ ; ୧୫ଜଣ ଆହତ

ମୁନୁପାଲି ଗାଁରେ ବଜ୍ରାଘାତରେ ୧୫ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ଆଜି ସନ୍ଧ୍ୟା ସମୟରେ ସ୍ଥାନିୟ ମୁନୁବନ୍ଧ ଆଡି ଉପରେ ଗ୍ରାମର କୃଷି ଭିତ୍ତିକ ଉତ୍ସବ ପାଳିତ ହେଉଥିଲା। ଦେବୀ ପୂଜକ ଝାଙ୍କର ପୂଜାର୍ଚ୍ଚନା କରୁଥିବା ବେଳେ ଅଚାନକ ପବନ ବହିବା ସହ ଘଡଘଡି ଓ ବିଜୁଳୀ ପ୍ରଭାବ ହୋଇ ବର୍ଷା ହୋଇଥିଲା। ପୂଜା ଚାଲୁଥିବା ବେଳେ ପୂଜାସ୍ଥଳ ନିକଟରେ ବିଜୁଳୀ ଆଲୋକ ସହିତ ବଜ୍ରାଘାତ ହୋଇଥିଲା। ପରେ ପ୍ରାଣ ବିକଳରେ ଭକ୍ତ ମାନେ ଏଣେତେଣେ ପଳାୟନ କରିଥିବା ବେଳେ ପିଡିତା ମାନେ ଘଟଣାସ୍ଥଳରେ ପଡିରହି ଜୋରରେ ପାଟି କରିଥିଲେ। ପରେ ଖବର ପାଇ ଗ୍ରାମବାସି ମାନେ ଘଟଣାସ୍ଥଳରେ ପହଞ୍ଚି ପିଡିତା ମାନଙ୍କୁ ଉଦ୍ଧାର  ସହ ସ୍ଥାନିୟ ଡାକ୍ତରଖାନାକୁ ଆଣିଥିଲେ। ସ୍ବାସ୍ଥ୍ଯକର୍ମି ମାନେ ସାମାନ୍ଯ ଆହାତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ଗୁରୁତର ୪ଜଣ କୃଷ୍ଣଚନ୍ଦ୍ର ଶିକା ,ବିଜୟ ସିଦ୍ଧାର,ସୁଧାଶୁଂ ସିକା ଓ ଅନିଲ କୁମ୍ଭାରଙ୍କ ସ୍ଥିତି ଗୁରୁତର ହେବାରୁ ବରପାଲି  ଡାକ୍ତରଖାନା ଭର୍ତ୍ତି କରି ଚିକିତ୍ସା ଜାରି ରଖିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *