ବର୍ଷାରେ ଉବୁଟୁବୁ ମାୟାନଗରୀ ; ସ୍କୁଲ କଲେଜ ଛୁଟି , ୨୭ ବିମାନ ଗତିପଥ ପରିବର୍ତ୍ତନ

ମୁମ୍ବାଇରେ ପ୍ରବଳ ବର୍ଷା । ମୁମ୍ବାଇ ଏବଂ ଏହାର ଆଖପାଖ ସହରରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ତଳିଆ ଅଞ୍ଚଳରେ ପାଣି ମାଡି ଯାଇଛି । ବର୍ଷା କାରଣରୁ ରାସ୍ତାରେ ଗାଡି ମୋଟର ଅଟକି ରହିବା ସହ ଲୋକମାନେ ଅଣ୍ଟାଏ ପାଣିରେ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି ।

ସେପଟେ ପାଣିପାଗକୁ ଦୃଷ୍ଟିରେ ରଖି ୨୭ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଛି । ମୁମ୍ବାଇରେ ଅବତରଣ କରିବାକୁ ଥିବା ବିମାନଗୁଡିକ ଗତିପଥ ପରିବର୍ତ୍ତନ କରାଯାଇଛି । ଟ୍ରେନ ଟ୍ରାକ ରେ ମଧ୍ୟ ପାଣି ଜମି ରହିଥିବାରୁ ଏକାଧିକ ଟ୍ରେନ୍ ବାତିଲ ହେବା ସହ ସମୟରେ ପରିବର୍ତ୍ତନ କରାଯାଇଛି ।

ଲଗାଣ ବର୍ଷା କାରଣରୁ ସରକାରୀ ଓ ବେସରକାରୀ ଏବଂ ମ୍ୟୁନିସିପାଲି ସ୍କୁଲ ଏବଂ କଲେଜ ଗୁଡିକ ଛୁଟି ଘୋଷଣା କରାଯାଇଛି । ଯଦି ଦୁଇ ଘଣ୍ଟାରୁ ଅଧିକ ବର୍ଷା ବନ୍ଦ ହୋଇଯାଏ , ତେବେ ଜଳସ୍ତର କମିଯିବ ବୋଲି ଅଧିକାରୀମାନେ କହିଛନ୍ତି । କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *