ହିମାଚଳରେ ବର୍ଷାର ତାଣ୍ଡବ, ୬ ମୃତ

ସିମଲା: ହିମାଚଳ ପ୍ରଦେଶରେ ବର୍ଷା ପ୍ରଳୟ ଖେଳାଇ ଚାଲିଛି।  ଗତ ୨୪ ଘଣ୍ଟାରେ ରାଜ୍ୟର କାଙ୍ଗଡା, ରମ୍ବା, ମଣ୍ଡିରେ  ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୦ରୁ ଅଧିକ  ଫ୍ଲେସ ଫ୍ଲଡ ରିପୋର୍ଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ନିଖୋଜ ହୋଇ ଯାଇଛନ୍ତି।

ମଣ୍ଡିରେ ଗୋଟିଏ ଘର ଭୁଶୁଡି ପଡିବାରୁ ୭ ଜଣ କାନ୍ଥ ତଳେ ଦବି ରହିଥିବା ସୂଚନା ରହିଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଙ୍ଗଡାରେ ଥିବା ବ୍ରିଟିଶ ଅମଳର ରେଳ ଲାଇନର ଚକ୍କି ବ୍ରିଜ ଭାଙ୍ଗି ଯାଇଛି। ଚମ୍ବାରେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ରହିଛି।  ରାଜ୍ୟର ୩୦ରୁ ଅଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତିର ରିପୋର୍ଟ ରହିଛି।

ରାଜ୍ୟର ରାଜସ୍ବ ସଚିବ ଓଁକାର ଶର୍ମା କହିଛନ୍ତି କି, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷାରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଛି, ୨୨ ଲୋକ ନିଖୋଜ ହୋଇଯାଇଛନ୍ତି। ରାଜ୍ୟର ୩୩୬ ଛୋଟ ବଡ ସଡକ କ୍ଷତିଗ୍ରସ୍ତ ହେବାରୁ ଯାତାୟାତ ବାଧାପ୍ରାପ୍ତ ରହିଛି। ୧୫୨୫ ଟ୍ରାନ୍ସଫାର୍ମର୍ସ ବନ୍ଦ ହୋଇଯାଇଛି।  ସ୍ଥିତିକୁ ନେଇ ସରକାର ସମ୍ପୂର୍ଣ୍ଣ  ରୂପେ ପ୍ରସ୍ତୁତ ରହିଥିବା କୁହାଯାଇଛି।  ସମସ୍ତ ପ୍ରଭାବିତ ଜିଲ୍ଲାରେ ପ୍ରଶାସନକୁ ଆଲର୍ଟରେ ରହିବାକୁ କୁହାଯିବା ସହ ଉଦ୍ଧାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଁକାର ଶର୍ମା  କହିଛନ୍ତି, ଗତବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ କାଳରେ ସାମାନ୍ୟଠାରୁ କମ ମାଇନସ ୧୩ରୁ ମାଇନସ ୨୬ ବର୍ଷା ହୋଇଥିଲା। କିନ୍ତୁ ଚଳିତ ବର୍ଷ ସାମାନ୍ୟରୁ ଅଧିକ ବର୍ଷା ହୋଇଛି। କାଙ୍ଗଡାରେ ସବୁଠାରୁ ୩୩୦ ଓ  ୩୩୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି।  ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ଆଗାମୀ ୩ରୁ ୪ ଦିନ ଧରି ପ୍ରବଳ ବର୍ଷ ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *