ଶ୍ରୀନଗର – ସୋମବାର କାଶ୍ମୀର ଉପତ୍ୟକାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକେଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୧ ଥିଲା । ତେବେ ଏଥିରେ କୌଣସି ସ୍ଥାନରୁ ଭମି ୂକମ୍ପ ହେତୁ କ୍ଷୟକ୍ଷତିର ହେବାର ଖବର ଆସି ନାହିଁ ।
ନ୍ୟାସନାଲ ସେଂଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମି କମ୍ପର କେନ୍ଦ୍ର ବାରାମୁଲ୍ଲା ଜିଲ୍ଲାରେ ଥିଲା ଏବଂ ରାତି ୦୨:୨୮ ରେ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ଘଟିଥିଲା । ଏହି ଅଂଚଳରେ ଏକ ବଡ଼ ଭୂକମ୍ପ ସମ୍ପର୍କରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ । ତଥାପି, କମ୍ପନ ଅନୁଭବ ହେବା ମାତ୍ରେ ଅନେକ ଲୋକ ନିଜ ଘର, ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରୁ ବାହାରି କିଛି ସମୟ ପାଇଁ ଖୋଲା ରହିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now