ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ

Spread the love

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଛି । ଦିନ ୧୦ ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି । ପଶ୍ଚିମ ଓଡିଶା ହେଉ ବା ଉପକୂଳ ଓଡିଶା ସବୁଠି ସମାନ ଚିତ୍ର । ମଙ୍ଗଳବାର ଅପରାହ୍ନରେ ରାଜଧାନୀ ସମେତ କଟକ ଓ ଆଖପାଖ ଅଂଚଳରେ  କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ହ୍ରାସ ଘଟିଥିଲା ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରୀ ସୂଚନା ଅନୁଯାୟୀ ମଙ୍ଗଳବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରୀ ରେକର୍ଡ କରାଯାଇଛି । ମଙ୍ଗଳବାର ଦିନ ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବୌଦ୍ଧ ଦ୍ୱିତୀୟ ସହର ଭାବେ ୪୨.୯ ଡିଗ୍ରୀ ପାରା ଛୁଇଁଛି । ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨, ରାଉରକେଲା ଓ ବରଗଡ଼ରେ ୪୧.୬, ଟିଟିଲାଗଡ଼ରେ ୪୧.୫, ସୋନପୁରରେ ୪୧.୨, ସୁନ୍ଦରଗଡ଼ରେ ୪୦.୭, ଭବାନୀପାଟଣାରେ ୪୦.୫, ଯାଜପୁରରେ ୪୦.୫ ଓ ନୟାଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୮.୬ ଓ କଟକରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *