ଆସାମ : ୨୦ ଜିଲ୍ଲାରେ ବନ୍ୟା, ୭୮୦ ଗ୍ରାମର ୧୧୯୮୩୦ ଲୋକ ପ୍ରଭାବିତ

Spread the love

ଗୌହାଟୀ : ଆସାମ ସମେତ ସମ୍ପୂର୍ଣ୍ଣ ପୂର୍ବୋତର ଏବଂ ପଡ଼ୋଶୀ ଦେଶ ଭୁଟାନରେ ଲଗାଣ ବର୍ଷା ଫଳରେ ସ୍ଥିତି ଗମ୍ଭୀର ରୂପ ନେଇଛି । ରାଜ୍ୟରେ ତିନୋଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଥିମଧ୍ୟରେ ରହିଛି ବେକୀ (ରୋଡ଼ ବ୍ରିଜ), ପଗଲାଦିୟା (ଏନଟି ରୋଡ଼ କ୍ରସିଂ), ପୁଠିମାରୀ (ଏନଏଚ ରୋଡ଼ କ୍ରସିଂ) । ଆସାମର ୨୦ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି । କେତେକ ନଦୀର ତଟ ବନ୍ଧ ଭାଙ୍ଗିଛି, ବନ୍ୟା ପାଣି କେତେକ ସ୍ଥାନରେ ରାସ୍ତା ଧୋଇ ନେଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କିତ ସୂଚନା ଜାରୀ କରାଯାଇଛି । ଏହି ସୂଚନା ଅନୁସାରେ, ବନ୍ୟା ପ୍ରଭାବିତ ୨୦ ଜିଲ୍ଲା ମଧ୍ୟରୁ ୧୯ ଗ୍ରାମୀଣ ଏବଂ ଗୋଟିଏ ଜିଲ୍ଲାର ସହରାଚଂଳ ବନ୍ୟା ପ୍ରଭାବିତ ହୋଇଛି । ସେହିପରି ୪ ଜିଲ୍ଲାର ଗ୍ରାମୀଣ ଓ ସହରାଚଂଳ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *