ଦିନ ୧୧ ଟା ୩୦ ସୁଦ୍ଧା ୧୦ ସହରରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ : ଭୁବନେଶ୍ଵର ଓ ଝାରସୁଗୁଡ଼ାରେ ସର୍ବାଧିକ ୩୯.୮ ଡ଼ିଗ୍ରୀ ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରୀ ରହିଛି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ୧୦ଟି ସହରରେ ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ଭୁବନେଶ୍ଵର ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ହୀରାକୁଦରେ ୩୯.୨ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮ ଡ଼ିଗ୍ରୀ, ବାଲେଶ୍ଵରରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୫.୬ ଡ଼ିଗ୍ରୀ, ପୁରୀରେ ୩୫.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *