ମଙ୍ଗଳବାର ଠାରୁ ଗରମରୁ ଦିଲ୍ଲୀବାସୀଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହର  ସମ୍ମୁଖୀନ ହେବା ପରେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ରହିଛି । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି । ଆଇଏମଡି ବୌଜ୍ଞାନିକ ସୋମା ସେନ ରାୟ କହିଛନ୍ତି ଯେ ପଶ୍ଚିମା ଝଡ ପାଖେଇ ଆସୁଥିବାରୁ ଆସନ୍ତାକାଲି ଠାରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ତେଣୁ,  ସମଗ୍ର ଅଂଚଳରେ ତାପମାତ୍ରା ହ୍ରାସ ପାଇପାରେ ।

ସୋମା ସେନ୍ କହିଛନ୍ତି ଯେ ଉତର-ପଶ୍ଚିମ ଭାରତରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଛି । ତେଣୁ ରାଜସ୍ଥାନର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ ବୋଲି ଆଶା କରାଯାଉଛି, କିନ୍ତୁ ଦକ୍ଷିଣ ହରିୟାଣା, ଦକ୍ଷିଣ ୟୁପି, ଦିଲ୍ଲୀର କିଛି ଅଂଶ, ଉତର, ଉତର ପୂର୍ବ ମଧ୍ୟପ୍ରଦେଶ, ଝ ।ଡଖଣ୍ଡ, ବିହାର ଏବଂ ଦକ୍ଷିଣ ବେଙ୍ଗଲରେ ଉତାପ ସେହିପରି ଜାରି ରହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *