ଭୟଙ୍କର ଭୂକମ୍ପ- ସୁନାମୀ ସାଇରନ୍

ଭୂକମ୍ପ ସାଙ୍ଗକୁ ସୁନାମୀ ବିପଦ। ଋଷ ଓ ଜାପାନରେ ବଡ଼ ବିପତ୍ତି ଆସିଛି। ରିକ୍ଚର ସେଲରେ ଭୂକମ୍ପର ତୀବ୍ରତା ୮.୮ ଥିଲା। ଜାପାନ ଓ ଋଷର ଉପକୂଳବର୍ତ୍ତୀରେ ସୁନାମୀର ଲହର ଟକ୍କର ମାରିଛି। ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ବୃହତ୍ ୬ଟି ଶକ୍ତିଶାଳୀ ଭୂକମ୍ପ ଭିତରେ ଯାଉଛି। ଏହାର କେନ୍ଦ୍ରସ୍ଥଳ ପେତ୍ରୋପାଓ୍ୱଲୋସ୍କ- କାମଚାନ୍ସକି ସହରରୁ ପ୍ରାୟ ୧୨୫ କିଲୋମିଟର ଦକ୍ଷିଣପୂର୍ବ ଓ ସମୁଦ୍ରତଟରେ ୧୯ କିଲୋମିଟର ଗଭୀରରେ ଥିଲା। ଭୂକମ୍ପର ଝଟକା ପରେ ତୁରନ୍ତ ଜାପାନ ଓ ଋଷିଆରେ ସୁନାମୀ ଆଲର୍ଟ ଜାରି କରିଦିଆଯାଇଥିଲା। ଜାପାନର ରାଷ୍ଟ୍ରୀୟ ପ୍ରସାରକ ଏନଏଚକେ ଚେତାବନୀ ଦେଇଥିଲେ ଯେ, ବଡ଼ ଲହରି ଆସିପାରେ। ଜାପାନ ପାଣିପାଗ ବିଭାଗ କହିଥିଲା, ଉତ୍ତର ଓ ପୂର୍ବ କ୍ଷେତ୍ରରେ ହୋକ୍କାଇଦୋରୁ ନେଇ ବାକାୟାମା ଯାଏଁ, ୩ ମିଟର ଯାଏ ଉଚ୍ଚ ଜୁଆର ଉଠିପାରେ। ଜାପାନର ସମୁଦ୍ର ତଟରେ ପ୍ରବଳ ତିମି ମାଛ ଭାସିକି ଲାଗିଥିଲା। ସମୁଦ୍ର ଜୀବଜନ୍ତୁ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ସୁନାମୀର ଲହର କିଛି ସ୍ଥାନରେ ୪ ମିଟର ଯାଏ ଉଠିଥିଲା। ବନ୍ଦର ଓ ତଟବର୍ତ୍ତୀ ଅଞ୍ଚଳରେ ଏହା ଦ୍ୱାରା ବ୍ୟାପକ କ୍ଷତି ହୋଇଛି। ଋଷ ଓ ଜାପାନ ଦୁଇ ଦେଶର ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଋଷ କାମଚାଟକା ଗଭର୍ଣ୍ଣର ଭ୍ଲାଦିମିର ସୋଲୋଦୋବ ଭିଡ଼ିଓ ସନ୍ଦେଶରେ କହିଛନ୍ତି, ଚଳିତ ଭୂକମ୍ପ ଏ ଦଶକର ସବୁଠୁ ଶକ୍ତିଶାଳୀ ଥିଲା। ବନ୍ଦରଗୁଡ଼ିକରୁ ଜାହାଜଗୁଡ଼ିକୁ ହଟାଇ ଦିଆଯାଇଥିଲା। ଆମେରିକା ସମେତ ବିଭିନ୍ନ ଦେଶରେ ଆଲର୍ଟ ସ୍ଥିତି ଜାରି ହୋଇଛି। ଆମେରିକା ଅଧିକାରୀ ଗୁଆମ ଓ ଅନ୍ୟ ମାଇକ୍ରୋନିସିୟନ ଦୀପକୁ ସୁନାମୀ ବେଞ୍ଚ୍ ଅନ୍ତର୍ଗତ ରଖିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କୁ ସୁରକ୍ଷିତ ରହିବାକୁ ଅପିଲ୍ କରିଛନ୍ତି। ପ୍ରଶାନ୍ତ ମହାସାଗରରେ ଆସିଥିବା ବଡ଼ ଭୂକମ୍ପ କାରଣରୁ ସୁନାମୀ ସତର୍କତା ଜାରି ହୋଇଛି। ଆଲାସ୍କା ଓ ଆମେରିକାର ପଶ୍ଚିମ ତଟରେ ସୁନାମୀ ବିପଦ ଅଛି ବୋଲି କୁହାଯାଇଥିଲା। ଆମେରିକାର ହଓ୍ୱାଇର ରାଜଧାନୀ ହୋନୋଲୁଲୁରେ ସୁନାମୀର ସାଇରନ୍ ବାଜିଲା। ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିଲା। ଆସାମାନ୍ୟ ଓ ଅପ୍ରତ୍ୟାଶିତ ରୂପରେ ପ୍ରଶାନ୍ତ ମହାସାଗରରେ ଉଚ୍ଚ ଜୁଆର ଉଠିଥିଲା। କାଲିଫର୍ଣ୍ଣିଆ, ଆଲାସ୍କା ଓ ପୁରା ଆମେରିକା ଓ୍ୱେଷ୍ଟ କୋଷ୍ଟ, ଲସ ଏଞ୍ଜେଲସ, ସାନ ଫ୍ରାନସିସ୍କୋରେ ଥିବା ସମୁଦ୍ର କୂଳରୁ ଦୂରେଇ ରହିବାକୁ ନିର୍ଦେଶ ଦିଆଯାଇଥିଲା। ନ୍ୟୁଜିଲ୍ୟାଣ୍ଡରେ ସତର୍କ ସୂଚନା ଜାରି କରାଯାଇଥିଲା। ଆଉ ଲୋକଙ୍କୁ ପାଣି, ସମୁଦ୍ର ତଟ ଓ ତଟବର୍ତ୍ତୀ କ୍ଷେତ୍ରରୁ ଦୂରକୁ ଯିବାକୁ ଆଲର୍ଟ କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ରହିଛି। ଭୂକମ୍ପ କେନ୍ଦ୍ରରୁ ପ୍ରାୟ ୬ହଜାର ମାଇଲ୍ ଦୂରରେ ଅଛି। ଜାପାନ ପାଣିପାଗ ବିଭାଗ ଅନୁସାରେ ପ୍ରାୟ ୩୦ ସେଣ୍ଟିମିଟର ଉଚ୍ଚର ସୁନାମୀର ପ୍ରଥମ ଲହଡ଼ି ନେମୁରୋ ଯାଏ ପହଞ୍ଚିସାରିଛି। ଜାପାନର ନ୍ୟୁକ୍ଲିଆର ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସିଫ୍ଟ କରାଯାଇଥିଲା। ଡିଜନି ରିସୋର୍ଟ ସମେତ ଅନେକ ହୋଟେଲକୁ ଖାଲି କରାଯାଇଥିଲା। ସ୍କୁଲକୁ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *