ରାଜସ୍ଥାନ : ରାଜସ୍ଥାନରେ ଗୁରବାରଦିନ ବିଳମ୍ବିତ ରାତି ସମୟରେ ଘୋର ଝଡ ତୋଫାନ ସହିତ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା । ରାଜଧାନୀ ଜୟପୁର ଏବଂ ତାହାର ଆଖପାଖ ଜିଲ୍ଲାରେ ଘଂଟା ପ୍ରତି ୯୬ କିଲୋମିଟର ପବନ ଓ ବର୍ଷା ହୋଇଥିଲା । ପ୍ରବଳ ଝଡବର୍ଷା ପାଇଁ କେତେକ ଅଂଚଳରେ ବିଦୁତ୍ ଖୁଂଟ ଓ ଗଛ ଉପୁଡି ପଡିଥିଲା ତତ୍ସହିତ ବିଜୁଳି ନଥିବା କାରଣରୁ କେତେକ ଅଂଚଳ ଅନ୍ଧାରରେ ବୁଡି ରହିଥିଲା । ତୋଫାନ ଝଡି ପାଇଁ ଟୋଂକ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟ ହୋଇଥିବା ଖବର ମିଳିଛି ।
ପୁଲିସ କହିବାନୁସାରେ ଟୋଂକ ସହରରେ ତିନି ଜଣଙ୍କର ମୃତ୍ୟ ଘଟିଛି ଏବଂ ଏହି ଜିଲ୍ଲାର ନିବାଇରେ ଦୁଇ ଜଣ ପିଲା ସମେତ ତିନିଜଣଙ୍କର ମୃତ୍ୟ ଘଟିଛି । ଏହାଛଡା ଦେବଲିର ଟୋକରା ବାସ ଓ ଆବଂରେ ଜଣେ ଲେଖାଁଏ କରି , ମାଲପୁରାରେ ଦୁଇଜଣ ଏବଂ ଅନିୟାରାରେ ଜଣେ ବ୍ୟକ୍ତି ମୃତ୍ୟ ବରଣ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now