ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା

Spread the love

ପାଣିପାଗ ବିଭାଗ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ଘଣ୍ଟାପ୍ରତି ବେଗ ୧୩ କିମି ହାରରେ ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ଗତିକରୁଛି ବାତ୍ୟା l ବର୍ତ୍ତମାନ ଏହାର ସ୍ଥିତି ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ରହିଛି । ବଙ୍ଗଳାଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୯୫୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ ସମାନ ଦିଗରେ ୮୭୦ କିମି ଦୂରରେ ସକ୍ରିୟ ରହିଛି l ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ଅଛି l ପରେ ଏହା ଧୀରେଧୀରେ ଗତିର ଦିଗ ପରିବର୍ତ୍ତନ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହା ଏକ ଅତି ଭୀଷଣ ବାତ୍ୟା ରେ ଆସନ୍ତା ୧୪ ତାରିଖ ରେ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାର ର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ l ଉତ୍ତର ପୂର୍ବ ରାଜ୍ୟରେ ଏହାର ପ୍ରଭାବ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି l ସମୁଦ୍ର ମଧ୍ୟରେ ୧୩୫ କିମି ପବନ ବହିବାର ସମ୍ଭାବନନା ଥିବାରୁ ଓଡିଶା ପାଇଁ କେବଳ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହାସହ ବାତ୍ୟାର ପ୍ରଭାବରେ ରାଜ୍ୟକୁ ପୂର୍ବ ଦିଗରୁ ଯେଉଁ ପବନ ବୋହୁଛି ଏହାକୁ ନେଇ ତାପମାତ୍ରା କମିବ ଓ ଆକାଶ ମେଘୁଆ ରହିବ ବୋଲି ବିଭାଗ ଆକଳନ କରିଛି l

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ଅନେକ ସହରରେ ୪୦ ଡିଗ୍ରୀ ତାପମାତ୍ରା ରହିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଅପରାହ୍ନରେ କାଁଭାଁ କାଳବୈଶାଖୀ ବର୍ଷା ହେଉଛି । ତେବେ ତିନି ରୁ ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କିଛି ପରିବର୍ତନ ହେବାକୁ ନଥିବା ବେଳେ ୧୫ ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ବିଭାଗ।୧୫ ତାରିଖରେ ଝାରସୁଗୁଡା, ସୁଦରଗଡ, ସମ୍ବଲପୁର ଅନୁଗୁଳ, ରେ ଗ୍ରୀଷ୍ମ ପ୍ରବାହ ଜାରିକରିଛି ବିଭାଗ । ସେହିପରି ୧୬ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଅନୁଗୁଳ ସୋନପୁର ବୌଦ୍ଧ ବଲାଙ୍ଗୀର ରେ ଗ୍ରୀଷ୍ମ ପ୍ରବାହ ଜାରିକରିଛି ବିଭାଗ ।ସେହି ସମୟରେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ରେ ଏହାର ଅଧିକ ପ୍ରଭାବ ରହିବ। ଏଥିସହ ଆଜି ରାଜ୍ୟର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୩ଦିନ ପାଇଁ କୌଣସି ୱାର୍ଣ୍ଣିଙ୍ଗ ବା ସତର୍କତା ଜାରି କରାଯାଇ ନାହିଁ। ରାଜ୍ୟରେ ବର୍ତ୍ତମାନ କିଛି ନିଦିଷ୍ଟ ପାଣିପାଗର ସୂଚନା ନଥିବା ଖରା ବଢିବା ସହ ଗ୍ରୀଷ୍ମ ପ୍ରବାହ ପ୍ରଭାବ ରହିବାର ସମ୍ଭାବନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତକାଲି ଝାରସୁଗୁଡା ଓ ବୌଦ୍ଧ ରେ ସର୍ବାଧିକ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *