ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ମୋଖା

Spread the love

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ମୋଖା ଆହୁରି ଘନୀଭୂତ ହୋଇ  ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଂଟାପ୍ରତି ୬ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଗୁରୁବାର ଅପରାହ୍ଣ ସାଢେ ୫ଟା ସୁଦ୍ଧା ଏହା ପୋର୍ଟ ବ୍ଲେୟରର ପଶ୍ଚିମରେ ୫୨୦ କିଲୋମିଟର ଦୂରରେ ଓ ବାଂଲାଦେଶର କକ୍ସବଜାରର ଦକ୍ଷିମ,ଦକ୍ଷିଣ-ପଶ୍ଚିମ ଦିଗରେ ୧୧୦୦ କିଲୋମିଟର ଦୂରରେ ଥିଲା ।

ଏହା ଆସନ୍ତା କାଲି ଅର୍ଥାତ ମେ ୧୨ ତାରିଖ ସକାଳ ସୁଦ୍ଧା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ପରେ ଏହା ଉତର, ଉତର-ପୂର୍ବ ଦିଗରେ ଗତି କରିବ୧୪ ମେ ମଧ୍ୟାହ୍ନରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାକପିଉ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଂଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ ଓ ଘଂଟା ପ୍ରତି ୧୭୫ କିଲୋମିଟର ବେଗରେ ଝଟକା ଦେବ ।

ତେବେ ଭାରତର ପୂର୍ବ ଉପକୂଳ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ତେବେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *