ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ମୌସୁମୀ ବର୍ଷା : ଗ୍ରୀଷ୍ମ ତାପରୁ ଆଶ୍ୱସ୍ତି

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ସମଗ୍ର ଜିଲ୍ଲା ର ଅଧିକାଂଶ ଯାଗାରେ ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ଆଜି ସଂନ୍ଧ୍ୟା ରେ ହୋଇଥିବା ଏହି ଭଲ ଧରଣର ବର୍ଷା ଯୋଗୁଁ, ଦିର୍ଘ ସମୟ ଧରି ଗ୍ରୀଷ୍ମର ଉତାପ ଯୋଗୁଁ ଆଉଟୁ ପାଉଟୁ ହେଉଥିବା ଲୋକମାନେ ଏବଂ ଜୀବଜନ୍ତୁ ମାନେ ଏକ ପ୍ରକାରର ଆଶ୍ୱସ୍ତି ଅନୁଭବ କରିଛନ୍ତି । ଏହାର ପ୍ରଭାବରେ ଆଜି ଫୁଲବାଣୀ ମୁଖ୍ୟ ବଜାରରେ ଥିବା ଡ୍ରେନ୍ ରୁ ଆବର୍ଜନା ସବୁ ଆସି ରାସ୍ତା ରେ ଜମା ହୋଇଯାଇଛି । ଫଳରେ ବଜାରରେ ଅଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଛି । ବଜାରରେ କିଛି ବ୍ୟବସାୟୀ ସେମାନଙ୍କ ଦୋକାନ ଆଗରେ ଥିବା ଡ୍ରେନ କୁ ଅକ୍ତିଆର କରିବା ଫଳରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣ ଲୋକେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ତେବେ ଗୋଟିଏ ବର୍ଷାର ପ୍ରଭାବରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ବର୍ଷା ଦିନକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସହରର ଡ୍ରେନ୍ ଗୁଡିକ ସଫା କରାଇବା ସହିତ ଜବରଦଖଲ ଉଚ୍ଛେଦ କରିବା ଆବଶ୍ୟକ ଅଛି । ଅନ୍ୟ ପକ୍ଷରେ ବଜାରରେ ଖୋଲୁଥିଲା ଉଠା ଦୋକାନୀ ଗୁଡିକ ସେମାନଙ୍କ ଦୋକାନର ଖଲି ଓ ପ୍ଲେଟ୍ ସବୁକୁ ସ୍ୱତନ୍ତ୍ର ଡଷ୍ଟବିନରେ ପକାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ,ସେ ଗୁଡିକୁ ନିୟମିତ ଅପସାରଣ କରିବା ପାଇଁ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଡ୍ରେନ୍ ରେ ଆବର୍ଜନା ରହିବ ନାହିଁ । ଆଜି କନ୍ଧମାଳର ବାଲିଗୁଡ଼ା, ଦାରିଙ୍ଗବାଡି, ରାଇକିଆ, ଫିରିଙ୍ଗିଆ, ଟିକାବାଲି ଏବଂ ଜିଲ୍ଲା ର ଅନ୍ୟାନ୍ୟ ଅଂଚଳରେ ବର୍ଷା ହୋଇଛି । ଫଳରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *