ସିକନ୍ଦରାବାଦରେ ନିଖୋଜ ଦାରିଙ୍ଗବାଡିର କୃଷ୍ଣଚନ୍ଦ୍ର ପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ

Spread the love

କନ୍ଧମାଳ : ଦାରିଙ୍ଗବାଡି ବ୍ଲକ ଗ୍ରେନବାଡି ଗ୍ରାପର କୁତୁବାଡିର କୃଷ୍ଣଚନ୍ଦ୍ର ନାୟକ ଗତ ଡିସେମ୍ବର ୧୮ତାରିଖରେ ନାଲଗୋଣ୍ଡ ଷ୍ଟେସନ ଠାରେ କୁଆଡେ ନିଖୋଜ ହୋଇ ଯାଇଥିବାରୁ ପରିବାର ଲୋକେ ନାଲଗୋଣ୍ଡ ଓ ଦାରିଙ୍ଗବାଡି ଥାନାରେ ଏତେଲା ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ପାଂଚମାସ ବିତି ଯାଇଥିଲେ ହେଁ କୃଷ୍ଣଚନ୍ଦ୍ରର କୌଣସି ଖୋଜ ଖବର ମିଳି ନଥିବାରୁ ଆରକ୍ଷୀ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ।ଏହା ସହ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ଯେ ଆଇଟିଡିଏ ପକ୍ଷରୁ ତାଲିମ ପାଇଁ ପୁଅ କାଲେଡା ନାୟକ ପୁନେର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଦେହ ଗୁରୁତର ଅସୁସ୍ଥ ହେବାରୁ ବାପା କୃଷ୍ଣଚନ୍ଦ୍ର ପୁଅକୁ ଆଣି ଫେରୁଥିବାବେଳେ ସିକନ୍ଦରାବାଦର ନାଲଗୋଣ୍ଡ ଷ୍ଟେସନ ଠାରେ ଭୁଲରେ ଓହ୍ଲାଇ ପଡିଥିଲେ । ଯାହା ଫଳରେ ଘରକୁ ଫେରିପାରି ନଥିଲେ । ପରିବାର ଲୋକ ପୁନଃ ଯାଇ ଖୋଜାଖୋଜି କରିବା ସହ ଥାନାରେ ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳୁନାହିଁ । ରାଜ୍ୟ ମଧ୍ୟରେ କାମ ମିଳୁନଥିବାରୁ ଲୋକମାନେ ଦାଦନ ଯାଇ ନିଖୋଜ ହେବା ମୃତ୍ୟୁ ମୁଖରେ ପଡିବା ସରକାରଙ୍କ ଦାୟିତ୍ୱ ହୀନତାକୁ ପଦାରେ ପକାଉଛି । ପ୍ରଶାସନ ଖୋଜିବାକୁ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *