୧୬ ସହରର ତାପମାତ୍ରା ୪୦ ପାର୍

Spread the love

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ମଙ୍ଗଳବାର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତପ୍ତ ସହର ରହିଥିଲା । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମ୍ବଲପୁରରେ ୪୩.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୩.୩, ରାଉରକେଲା ୪୨.୪ , ବରଗଡ଼ ୪୨.୧, ବାରିପଦା ୪୨, ଓ ଭୁବନେଶ୍ୱର ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସୋନପୁରରେ ୪୧.୮, ବଲାଙ୍ଗିର ୪୧.୭ , ସୁନ୍ଦରଗଡ ୪୧.୨, ମାଲକାନଗିରି ଓ ନୂଆପଡାରେ ୪୧ ଡିଗ୍ରୀ, ଟିଟଲାଗଡ ଓ ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଚାନ୍ଦବାଲିରେ ୪୦.୨ ଓ ଜଗତସିଂହପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *