Balangir

ସମଗ୍ର ଓଡ଼ିଶା ଘରୋଇ ପରିଚାଳତ ସ୍କୁଲ ସମୂହ ଜୋନାଲ ସମ୍ମିଳନୀ

ବଲାଙ୍ଗିର : ସମଗ୍ର ଓଡ଼ିଶା ଘରୋଇ ସ୍କୁଲ ସମୂହର ଆଞ୍ଚଳିକ ସମ୍ମିଳନୀ ବଲାଙ୍ଗିର ମଣ୍ଟେଶ୍ଵରି ପବ୍ଲିକ ସ୍କୁଲ ଠାରେ ରାଜ୍ୟ ସଭାପତି ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଠାରୁ ମାଲକାନଗିରି ୧୬ ଟି ଜିଲ୍ଲାର ସ୍କୁଲ ପରିଚାଳକ ମାନଙ୍କ ଆଲୋଚନାରେ ସରକାରୀ ସ୍ଵୀକୃତି ଓ ସରକାରୀ ସହାୟତାରେ ଘରୋଇ ସ୍କୁଲର ପଢୁଥିବା ଛାତ୍ର ମାନଙ୍କ ଅର୍ଥ ପୈଠ ଉପରେ ଆଲୋଚନା ସହିତ ଅନ୍ୟ ବିଷୟ ଗୁଡ଼ିକ ଆଲୋଚନା ହୋଇଥିଲା।

ଓଡ଼ିଶା ଘରୋଇ ସ୍କୁଲ ସଂଘ ସମ୍ପାଦକ ଅବନୀ ସୁତାର, ବଲାଙ୍ଗିର ଜିଲ୍ଲା କନଭେନର ଯୁଧିଷ୍ଟିର ଦାଶ, ଘରୋଇ ସ୍କୁଲ ସଂଘ ସଭାପତି ରବି ଚନ୍ଦ୍ର ଉଦ୍ଗତା, ସମ୍ପାଦକ ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ମାନେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published.

Back to top button