Latest Newsଅପରାଧ

ସୁପ୍ରିମକୋର୍ଟରୁ ୟୁ-ଟ୍ୟୁବର ମନୀଷ କଶ୍ୟପଙ୍କୁ ଜାମିନ୍ ଦେବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ – ସୁପ୍ରିମକୋର୍ଟ ୟୁ-ଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ବିହାର ଏବଂ ତାମିଲନାଡ଼ୁରେ ଦାୟର୍ ହୋଇଥିବା ଏତଲାକୁ ଗୋଟିଏ କରି ଯୋଡ଼ିବା କିମ୍ବା ଜାମିନ୍ ଦେବାକୁ ମନା କରିଛନ୍ତି । ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଆଇନ (ଏନଏସଏ)କୁ ହଟାଇବା ଉପରେ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଆପଣ କିଛି ବି ଦେଖାଇକରି ତାମିଲନାଡ଼ୁ ଭଳି ଏକ ସ୍ଥିର ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିପାରିବେ ନାହିଁ । ଆପଣ ଏହି ମାମଲାରେ ଆଶ୍ୱସ୍ତି ପାଇବାକୁ ହେଲେ ପାଟନା ହାଇକୋର୍ଟ ଏବଂ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ । ଶୁଣାଣି ସମୟରେ ମନୀଷ କଶ୍ୟପଙ୍କ ପକ୍ଷରୁ ଓକିଲ ମନିନ୍ଦର ସିଂହ କହିଥିଲେ ଯେ, ଏନଏସଏ ଲଗାଇ ମାମଲାରେ ମନୀଷଙ୍କୁ ଜେଲ୍ ରେ ଭର୍ତି କରାଯାଇଛି । ତେବେ ଅନ୍ୟ ଜଣେ ସାମ୍ବାଦିକଙ୍କ ଦ୍ୱାରା ଏନେଇ ବହୁତ କିଛି ଲେଖାଯାଇଛି, ସମ୍ପୃକ୍ତ ସାମ୍ବାଦିକଙ୍କୁ ମଧ୍ୟ ଜେଲ୍ ରେ ଭର୍ତି କରାଯିବା ଉଚିତ୍ ।  

Related Articles

Leave a Reply

Your email address will not be published.

Check Also
Close
Back to top button