ରାଜନୀତି
ବିଜେପିରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ

ପୌର ନିର୍ବାଚନର ଫଳାଫଳ ଆସିବା ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ନେତୃତ୍ୱ ଉପରେ ଉଠାଇଥିଲେ ପ୍ରଶ୍ନ । ଆରମ୍ଭ ହୋଇଥିଲା ଯେମିତି ତାପରେ ଦଳ ମଧ୍ୟରେ ଶୀତଳ ଯୁଦ୍ଧ । ତେବେ ଦଳୀୟ ନେତାଙ୍କ ମଧ୍ୟରେ କୌଣସି ଅନ୍ତଃଦ୍ଵନ୍ଦ୍ଵ ନଥିବା ପ୍ରେସମିଟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ବିଜେପିରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ। ଏହା କେବଳ ଅପ ପ୍ରଚାର। ଯେଉଁ ପ୍ରତିନିଧି ଦଳ ଦିଲ୍ଲୀ ଯାଇଥିଲେ ସେମାନେ ପଂଚାୟତ ଓ ପୌର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ସାଧାରଣ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଇଥିଲେ। ରାଜ୍ୟରେ ବିଜେଡି ପ୍ରତି ଜନ ସମର୍ଥନ କମିଛି । ତେଣୁ ଦଳ କିପରି ଭାବରେ ଲୋକଙ୍କ ପାଖକୁ ଯିବ, କେଉଁ ପ୍ରସଙ୍ଗ ନେଇ ଯିବ ସେ ସମ୍ବନ୍ଧରେ ଆଲୋଚନା ହୋଇଛି। ଏହାସହ ୨୦୨୪ ରେ ୧୨୦ ସିଟ ହାତେଇବ ସେ ନେଇ ମାନସ ମନ୍ଥନ ହୋଇଥିବା କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ।