କୋର୍ଟଜାତୀୟ

ନିର୍ବାଚନୀ ଖର୍ଚ୍ଚ ଉପରେ ଇସିଆଇର ବଡ ବୟାନ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ଦ୍ବାରା ନିର୍ବାଚନରେ ହେଉଥିବା ଖର୍ଚ୍ଚ ସମ୍ପର୍କରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କରେ ଏକ ବଡ ଦାବି କରିଛି। ନିର୍ବାଚନ ଆୟୋଗକୁ ନିର୍ବାଚନ ବେଳେ ଅତିରିକ୍ତ ଖର୍ଚ୍ଚ ଉପରେ ଲଗାମ ଲଗାଇବାରେ ସଫଳତା ମିଳିଛି। ଏହାର ପ୍ରମାଣ, ନିର୍ବାଚନ କାଳରେ ବହୁ ମାତ୍ରାରେ ଅର୍ଥ ଜବତ କରାଯିବା। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦଳ ଏହା ଉପରେ ବେଶ ଭଲ କାମ କରୁଛନ୍ତି ବୋଲି କୋର୍ଟଙ୍କୁ ଇସିଆଇ ନିଜ ସତ୍ୟପାଠରେ ଏହି ସୂଚନା ଦେଇଛି।

ସୁପ୍ରିମକୋର୍ଟରେ ଦାଖିଲ ଜନହିତ ଯାଚିକା ଉପରେ ନିର୍ବାଚନ ଆୟୋଗ ଦାଖଲ କରିଛି ସତ୍ୟପାଠ । ଯାଚିକାରେ ରାଜନୈତିକ ଦଳଗୁଡିକ ଓ ପ୍ରାର୍ଥୀଙ୍କ ଦ୍ବାରା ହେଉଥିବା ଅତ୍ୟଧିକ ନିର୍ବାଚନ ଖର୍ଚ୍ଚ ବନ୍ଦ କରିବାକୁ ଏକ ବ୍ୟାପକ ଯୋଜନା ସହ ନିର୍ଦ୍ଦେଶ ଦେବାକୁ ଓ ଦୋଷୀ ପ୍ରାର୍ଥୀମାନଙ୍କ ଓ ଦଳଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନର ପାଇଁ ଦାବି ହୋଇଥିଲା।

ଏହା ଉପରେ ଇସିଆଇ କହିଛନ୍ତି କି, ନିର୍ବାଚନ ସମୟରେ ଅଧିକ ଅର୍ଥ ଜବତ କରାଯିବା ଦର୍ଶାଉଛି କି, ଆୟୋଗ ଦ୍ବାରା ନିଆଯାଉଥିବା ସତର୍କତା  ଓ ପଦକ୍ଷେପର ଫଳ। ନିର୍ବାଚନରେ ଧନ ବଳର ବିପଦକୁ ରୋକିବାକୁ ନିର୍ବାଚନ ଆୟୋଗ ସମୟ ସମୟରେ ବିଭିନ୍ନ ଉପାୟ ଆପଣାଉଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ଇସିଆଇ କହିଛି।

ଇସିଆଇ ଆହୁରି କହିଛି କି, ନିର୍ବାଚନରେ ଧନ ବଳର ବୃଦ୍ଧି ପାଉଥିବା ଉପଯୋଗକୁ ନେଇ ଇସିଆଇ ଚିନ୍ତିତ। ଏହି ବିପଦ ଉପରେ ନିୟନ୍ତ୍ରଣ ପାଇବାକୁ ଇସିଆଇ ୨୦୧୦ରେ ବିହାର ବିଧାନସଭା ନିର୍ବାଚନାଗୁଡିକ ପରଠାରୁ ନିର୍ବାଚନରେ ଖର୍ଚ୍ଚ ଉପରେ ତୀକ୍ଷ୍ନ ଦୃଷ୍ଟି ରହିଛି ଓ ସଫଳତାପୂର୍ବକ ପଦକ୍ଷେପ ନେଇଛି। ରାଜନୈତିକ ଦଳଗୁଡିକର ଖର୍ଚ୍ଚକୁ ନିର୍ଦ୍ଧାରିତ ସୀମା ଭିତରେ ରଖିବାକୁ ଇସିଆଇ ଏକ ମଜବୁତ ବ୍ୟବସ୍ଥାର ଆରମ୍ଭ କରିଛି। ଏଥିରେ ବ୍ୟୟ ପର୍ଯବେକ୍ଷକ, ଭିଡିଓ ନିରୀକ୍ଷଣ ଟିମ, ଭିଡିଓକାରୀ ଟିମ, ଅଭିଯୋଗର ପରୀକ୍ଷା ପାଇଁ ଟିମ, ମିଡିଆ ପ୍ରମାଣ ଓ ନିରୀକ୍ଷଣ ସମିତି ପ୍ରସ୍ତୁତ କରିଛି।

Related Articles

Leave a Reply

Your email address will not be published.

Back to top button