ୟୁପି ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ: ଦୋଷୀମାନଙ୍କୁ ଦଣ୍ଡରେ ଦିଆଯାଇଥିବା ରିହାତି ପରେ କେତେଜଣଙ୍କୁ ଏହାର ଲାଭ ମିଳିଛି। ଏହା ଉପରେ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକକୁ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ। ଗୁରୁବାର କୋର୍ଟ ଡିଜିପିଙ୍କୁ ବ୍ୟକ୍ତିଗତସ୍ତରରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରି  ୟୁପି ଡିଜିପିଙ୍‌କୁ ଦୋଷୀଙ୍କୁ ମିଳୁଥିବା ରିହାତି ମଧ୍ୟରୁ କେତେଜଣ ଏହି ସୁବିଧା ଉପଲବ୍ଧ କରିଛନ୍ତି ତାର ବିସ୍ତୃତ ବିବରଣୀ ମାଗିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ପିଏସ ନରସିଂହା ଉପସ୍ଥିତ ଥିଲେ।

ରାଜ୍ୟର ପ୍ରତି ଜେଲରେ କେତେ ଦୋଷୀ ରିହାତି ପାଇବାକୁ ଯୋଗ୍ୟ?ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ଡିଜିପିଙ୍କୁ  କୋର୍ଟ ପଚାରିଛନ୍ତି, ଦୋଷୀଙ୍କ ଦଣ୍ଡରେ ରିହାତି ନିଷ୍ପତ୍ତି ପରେ ସମୟ ପୂର୍ବରୁ କେତେ ମମଲାର  ବିଚାର ହୋଇଛି? ସର୍ବୋଚ୍ଚ କୋର୍ଟ ରାଜ୍ୟର ଅଧିକାରୀମାନଙ୍କ ନିକଟରେ ପଡି ରହିଥିବା ଲମ୍ବା ମାମଲାଗୁଡିକର ବିବରଣୀ ଓ ଏହିସବୁ ମାମଲା ଉପରେ କେବେ ପର୍ଯ୍ୟନ୍ତ ବିଚାର ହେବ, ଏହା ସ୍ପଷ୍ଟ କରିବାକୁ କୁହାଯାଇଛି।  

ଉତ୍ତର ପ୍ରଦେଶ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷକୁ ନୋଟିସ ଜାରି କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି କି, ଡିଜିପି ତିନି ସପ୍ତାହ ମଧ୍ୟରେ ମାମଲା ଉପରେ ଆବଶ୍ୟକ ସୂଚନା ଦେବା ସହ ବ୍ୟକ୍ତିଗତ ହଲପନାମା ଦାଖିଲ କରନ୍ତୁ। ଏହି କାର୍ଯ୍ୟରେ ସହଯୋଗ ପାଇଁ କୋର୍ଟ ଓକିଲ ଋଷି ମଲହୋତ୍ରାଙ୍କୁ ଏମିକସ କ୍ୟୁରୀ ନିଯୁକ୍ତ କରିଛନ୍ତି।

ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଆଜୀବନ କାରାବାସ ଭୋଗୁଥିବା ପ୍ରାୟ ୫୦୦ ଦୋଷୀଙ୍କୁ ମୁକ୍ତ କରିବା ଉପରେ ନିର୍ଦ୍ଦେଶ ଜାରି କରିଥିଲେ। ଏଥିରେ କୁହାଯାଇଥିଲା କି, ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କ ସମୟପୂର୍ବରୁ ମୁକ୍ତ ସମସ୍ତ ମାମଲା ଉପରେ ରାଜ୍ୟର ଅଗଷ୍ଟ ୨୦୧୮ ନୀତି ଅନୁଯାୟୀ ବିଚାର କରାଯାଉ।

ଏଥିସହ ଆହୁରି କୁହାଯାଇଥିଲା କି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ ହେବା ପାଇଁ କୌଣସି ଆବେଦନ କରିବାର ଆବଶ୍ୟକତା ନାହିଁ। ଜେଲ ଅଧିକାରୀଙ୍କ ଦ୍ବାରା ଏହା ଉପରେ ସ୍ବତଃ ବିଚାର କରାଯିବ। ଏହା ମଧ୍ୟ କୁହାଯାଇଥିଲା କି, ଜେଲ ନ୍ୟାୟ ସେବା ପ୍ରାଧିକରଣକୁ ଦୋଷୀମାନଙ୍କ ଛାଡ ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଦୋଷୀମାନଙ୍କ ସମୟ ପୂର୍ବରୁ ଛାଡ ଉପରେ ୪ ମାସ ମଧ୍ୟରେ ବିଚାର କରାଯିବା ଦରକାର ବୋଲି ସେତେବେଳେ କୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *