ଏକବିଂଶ ଶତାବ୍ଦୀରେ ଝିଅ ପଣ୍ୟଦ୍ରବ୍ୟ: ବମ୍ବେ ହାଇକୋର୍ଟ

Spread the love

ମୁମ୍ବାଇ: ଏକବିଂଶ ଶତାବ୍ଦୀରେ ମଧ୍ୟ ଝିଅଙ୍କୁ ପଣ୍ୟବସ୍ତୁ ଭାବେ ଗ୍ରହଣ କରାଯାଉଛି। ନିଜର ଆର୍ଥିକ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଉଛି।  ନୈତିକତା ଓ ମାନବାଧିକାର ସିଦ୍ଦାନ୍ତ ପ୍ରସଙ୍ଗରେ ଅତ୍ୟନ୍ତ ଆପତ୍ତିଜନକ କି, ଜଣେ ମା ଏକ ବର୍ଷର ଝିଅକୁ ବିକ୍ରି କରି ଦେଉଛି। ବିକ୍ରି ଶବ୍ଦର ଉପଯୋଗ ମଧ୍ୟ ଯନ୍ତ୍ରଣାଦାୟୀ। ଏକ ମାମଲାର ଶୁଣାଣି କାଳରେ ବମ୍ବେ ହାଇକୋର୍ଟ ଭାବବିହ୍ବଳ ହୋଇ ଏପରି ଟିପ୍ପଣୀ ଦେଇଛନ୍ତି। ଜଷ୍ଟିସ ଏସଏମ ମୋଦକଙ୍କ ଖଣ୍ଡପୀଠ ମାମଲାରେ କହିଛନ୍ତି କି, ଏହା ଜୀବନର କଠିନ ସତ୍ୟତା କି, ମା ତାର ପିଲାକୁ ଟଙ୍କା ପାଇଁ ବିକ୍ରି କରୁଛି ଓ ଏଥିରୁ ମାର ଅର୍ଥାଭାବ ମଧ୍ୟ ସ୍ପଷ୍ଟ ଅନୁଭବ କରିଛନ୍ତି କୋର୍ଟ। ତେବେ ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତା ମହିଳାଙ୍କୁ ମଧ୍ୟ ଜରିମାନା ସହ ପ୍ରଦାନ କରିଛନ୍ତି ଜାମିନ।

ଜଷ୍ଟିସ ମୁଦଲ ଶିଶୁକନ୍ୟାକୁ କିଣିଥିବା ଅଭିଯୁକ୍ତା ଅଶ୍ବିନୀ ବାବରଙ୍କୁ ୨୫ ହଜାର ମୁଚାଲିକା ସହ ଜାମିନ ପ୍ରଦାନ କରିବା ବେଳେ କହିଛନ୍ତି, ଅଭିଯୁକ୍ତାଙକୁ ଜେଲରେ ରଖିବାର କୌଣସି ଆବଶ୍ୟକତା ନାହିଁ, କାରଣ ମାମଲାର ଶୁଣାଣି ଶୀଘ୍ର ହେବ ନାହିଁ। ଅଭିଯୁକ୍ତାର ମଧ୍ୟ ଦୁଇଟି ନାବାଳିକ ସନ୍ତାନ ରହିଛନ୍ତି, ସେମାନଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଜଣେ ମହିଳା ଅର୍ଥର ଆବଶ୍ୟକତାରୁ ଅଶ୍ବିନୀ ବାବରଙ୍‌କଠାରୁ କିଛି ଅର୍ଥ ଆଣିଥିଲେ। କିନ୍ତୁ ଏହି ଟଙ୍କା ସମୟରେ ଫେରାଇ ପାରି ନ ଥିଲେ। ତେଣୁ ବାଧ୍ୟହୋଇ ଅଶ୍ବିନୀ ନିଜ ଏକ ବର୍ଷର ଝିଅକୁ ଅଶ୍ବିନୀଙ୍କୁ ବିକ୍ରି କରିଦେଇଥିଲେ। ପରେ ଧୀରେ ଧୀରେ ଋଣ ପରିଶୋଧ କରିବା ସହ ଯେତେବେଳେ ଝିଅକୁ ଫେରାଇ ଆଣିବାକୁ ଚାହିଁଥିଲେ ଆଉ ଆଭିଯୁକ୍ତ ଦମ୍ପତି ଝିଅକୁ ଫେରାଇ ନ ଥିଲେ।

Leave a Reply

Your email address will not be published. Required fields are marked *