ଶିଶୁଙ୍କ ଲାଳନ ପାଳନ ପାଇଁ ଜଣେ ମହିଳା ରହିବା ଦରକାର

Spread the love

ତିରୁବନନ୍ତପୁରମ: ଜଣେ ୪ ବର୍ଷର ଶିଶୁର ଅଭିଭାବକତ୍ବ ପାଇଁ ଦାଖଲ ଏକ ଯାଚିକାର ଶୁଣାଣି କରି କେରଳ ହାଇକୋର୍ଟ ଭାବପୂର୍ଣ୍ଣ ଓ ସମ୍ବେଦନା ପ୍ରଦର୍ଶନ କରିଛନ୍ତି।  ଶୁକ୍ରବାର ଦିନ ଏହି ପ୍ରସଙ୍ଗରେ ହାଇକୋର୍ଟ କହିଛନ୍ତି କି, ପରିବାରରେ ଜଣେ ମହିଳାଙ୍କ ଅବଶ୍ୟକତା ରହିଛି, ଯିଏ ପିଲାଙ୍କର ଯତ୍ନ ନେବେ। 

କେରଳ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚର ଜଷ୍ଟିସ ଆଲେକ୍ଜାଣ୍ଡାର ଥୋମସ ଓ ସୋଫି ଥୋମସ ଏକ ୪ ବର୍ଷର କନ୍ୟା ସନ୍ତାନକୁ ଯାଚିକାକର୍ତ୍ତାଙ୍କ ଶାଶୁ ଶ୍ବଶୁର ଜବରଦସ୍ତ ରଖିବାକୁ ନେଇ ଦାୟର ଯାଚିକାର ଶୁଣାଣି କରି  କହିଛନ୍ତି, ଘରେ ପିଲାମାନଙ୍କ ଦେଖାଶୁଣା ଓ ସେମାନଙ୍କ ଉପରେ ଦୃଷ୍ଟି ରଖିବାକୁ  ପରିବାରରେ ଜଣେ ମହିଳା ରହିବା ଦରକାର। ସେ ମା ହୁଅନ୍ତୁ ବା ଭାଉଜ, ଜେଜେମା।

ଶିଶୁଙ୍କ ସୁରକ୍ଷା ଓ ଲାଳନ ପାଳନ ପ୍ରସଙ୍ଗରେ ଖଣ୍ଡପୀଠ କହିଛନ୍ତି କି, ସ୍କାଣ୍ଡିନେଭିଆ ବା ଅନ୍ୟ ପାଶ୍ଚାତ୍ୟ ଦେଶ କଥା ନିଆରା। ସେଠାରେ ସମଲିଙ୍ଗି ବିବାହକୁ ସ୍ବୀକୃତି ମିଳିଛି। ସେଠାରେ କେହି ବି ଶିଶୁର ଦାୟିତ୍ବ ନେଇଥାନ୍ତି ବା କିଛି ବି କାମ କରିଥାନ୍ତି। କିନ୍ତୁ ଏହା ଭାରତ ପରିପ୍ରେକ୍ଷିରେ ପ୍ରଜୁଯ୍ୟ ନୁହେଁ। ଭାତର ପରିପ୍ରେକ୍ଷିରେ ପିଲା ଛୋଟ ଥିବା ବେଳେ ଘରେ ଜଣେ ମହିଳାଙ୍କ ଉପସ୍ଥିତି ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ଯାଚିକାକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଭାରତରେ ଲିଙ୍ଗ ନିର୍ବିଶେଷରେ ଜଣେ ୧୦ ବର୍ଷ ପର୍ଯ୍ୟନ୍ତ ଶିଶୁର ଲାଳନପାଳନ କରିବା କଷ୍ଟକର। ତୁମେ କାମରେ ବାହାରି ଯିବା ପରେ ପିଲାଙ୍କ ସୁରକ୍ଷା ପ୍ରତି ବିଭିନ୍ନ ବିପଦ ରହିଛି। ଯୌନ ଉତ୍ପୀଡନ ମାମଲା ମଧ୍ୟ ଦେଶରେ ବୃଦ୍ଧି ପାଉଛି। ଏମିତିକି ୨ ବର୍ଷର ଶିଶୁ ମଧ୍ୟ ଯୌନ ପୀଡନର ଶିକାରରୁ ବର୍ତ୍ତି ପାରୁ ନାହିଁ। ଏପରି ଘଟଣାର ସଂଖ୍ୟା ଯଦିଓ ଅଧିକ ନାହିଁ, ତଥାପି ଅଘଟଣକୁ ଏଡାଇ ଦିଆଯାଇନପାରେ। ତେଣୁ ଶିଶୁଙ୍କ ନିରାପତ୍ତାକୁ ପ୍ରାଧାନ୍ୟ ଦେବାକୁ ହେବ। ତୁମେ ବାହାରେ ରହୁଛ। ତୁମର ବୟସ ୩୮ ବର୍ଷ। ତୁମେ ଏକାକୀ ରହୁଛ। ତୁମେ କଣ ଏକ ୪ ବର୍ଷ ଶିଶୁର ଦାୟିତ୍ବ ନେଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। 

କୋର୍ଟ ଆହୁରି କହିଛନ୍ତି,  ଘରେ ଜଣେ ମହିଳାଙ୍କ ଉପସ୍ଥିତି ଜରୁରୀ। ତେଣୁ ଶିଶୁର  ନିରାପତ୍ତାକୁ ଦେଖି ଆମେ ତୁମକୁ ତାକୁ ସାଙ୍ଗରେ ରହିବାକୁ ଅନୁମତି ଦେଇ ପାରିବୁ ନାହିଁ।  ତୁମେ ଯଦି ଏଥିରେ  ରାଜି ନୁହଁ ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି ପାର। କିନ୍ତୁ ଆମେ ତୁମ ସହ ପିଲାର କଷ୍ଟଡିକୁ ନିରାପଦ ମଣୁନାହୁଁ।  ତୁମେ ଗୁଜୁରାଟରୁ ଆସି ତା ସହ ସାକ୍ଷତକରି ପାର। ତା ସହ ସପ୍ତାହରେ ଥରେ ଭିଡିଓ କଲ କରିବ।

ଶିଶୁର ସୁରକ୍ଷା ଓ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ରାୟ ଦେଉଥିବା କୋର୍ଟ ବାରମ୍ବାର ତାଙ୍କ ଶୁଣାଣି କାଳରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *