ଗୌତମ ନବଲଖାଙ୍କ ଜାମିନକୁ ଏନଆଇଏର ବିରୋଧ

ମୁମ୍ବାଇ: ପୁଣେ ଏଲଗାର ପରିଷଦ ମାମଲାରେ ଗିରଫ ସାମାଜିକ କର୍ମୀ ଗୌତମ ନବଲଖାଙ୍କର ରହିଛି ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ସହ ସମ୍ପର୍କ। ବମ୍ବେ ହାଇକୋର୍ଟରେ ନବଲଖାଙ୍କ ଜାମିନ ଯାଚିକାକୁ ବିରୋଧ କରି ଏପରି ଦାବି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ।  ସଂସ୍ଥା ଆହୁରି ତାର ସତ୍ୟପାଠରେ ଉଲ୍ଲେଖ କରିଛି କି, ଆମେରିକାରେ ଗିରଫ ହୋଇଥିବା ପାକିସ୍ତାନୀ ଗୁଇସ୍ଥା ଏଜେନ୍ସି ଆଇଏସଆଇର ଏଜେଣ୍ଟ ସମ୍ପର୍କରେ ଥିଲେ।

ଏନଆଇଏ ଦାବି କରିଛି କି, ନବଲଖା ଆଇଏସଆଇ ଏଜେଣ୍ଟ ଗୁଲାମ ନବୀ ଫଇ ସହ ନିୟମିତ ସମ୍ପର୍କରେ ଥିଲା ଓ ଫଇ ଦ୍ବାରା ଆମେରିକାରେ ଆୟୋଜିତ କାଶ୍ମୀର ଆମେରିକା ପରିଷଦ ସମ୍ମିଳନୀକୁ ସମ୍ବୋଧିତ କରିବାକୁ  ତିନି ଥର ଯାଇଥିଲେ ନବଲଖା। ଆମେରିକା ଗୁଇନ୍ଦା ଏଜେନ୍ସି ଏଫବିଆଇ ଜୁଲାଇ  ୨୦୧୧ରେ ଆଇଏସଆଇ ଓ ପାକିସ୍ତାନ ସରକାରଠାରୁ ଧନ ସ୍ବୀକାର କରିବା ଅଭିଯୋଗରେ ଗିରଫ କରିଥିଲା ଫଇଙ୍କୁ।

ଏନଆଇଏ ଆହୁରି କହିଛନ୍ତି କି, ନବଲଖା ଆମେରିକା କୋର୍ଟରେ ଫଇଙ୍କ ମକଦମାର ଅଧ୍ୟକ୍ଷତା କରୁଥିବା ବିଚାରପତିଙ୍କୁ ପତ୍ର ଲେଖିଥିଲେ। ଫଇ ଆଇଏସଆଇ ମୁଖ୍ୟଙ୍କ ସହ ନବଲଖାଙ୍କ ଭେଟଘାଟ କରାଇଥିଲା। ନବଲଖା କାଶ୍ମୀର ବିଚ୍ଛିନ୍ନତାବାଦୀ ଓ ମାଓବାଦୀ ଆନ୍ଦୋଳନରେ ବିଭିନ୍ନ ମଞ୍ଚରେ ଭାଷ ଦେଉଥିଲେ।

ଏହା ବ୍ୟତୀତ ସିପିଆଇଏମ ସଂଗଠନର ଗୁପ୍ତ ଗତିବିଧି ପାଇଁ ନବଲଖା ଯୁବକଙ୍କ ଭର୍ତ୍ତି ଦାୟିତ୍ବରେ ରହିଆସୁଥିଲେ। ଦେଶବିରୋଧୀ କାର୍ଯ୍ୟରେ ନବଲଖା ଲିପ୍ତ ରହିଥିଲେ ମଧ୍ୟ ନିଜକୁ ମାନବାଧିକାର କର୍ମୀ ଭାବେ ପରିଚିତ କରାଇଥିଲେ। ନବଲଖା ସିଧାସଳଖ ଜାତୀୟ ସୁରକ୍ଷା, ଏକତା ଓ ସର୍ବଭୌମତାକୁ କଲାପରି କାର୍ଯ୍ୟରେ ନିୟୋଜିତ ଥିଲେ। ତେଣୁ ନବଲଖାଙ୍କୁ ଜାମିନ ନ ଦେବାକୁ କୋର୍ଟରେ ଦାବି କରିଥିଲା ଏନଆଇଏ। ମାମଲାରେ ଶୁଣାଣି ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *