ମାଗଣା ବଣ୍ଟନ ଉପରେ ସୋମବାର ଶୁଣାଣି

ନୂଆଦିଲ୍ଲୀ: ରାଜନୈତିକ ଦଳ ପକ୍ଷରୁ ଭୋଟ କ୍ୟାମ୍ପେନ ସମୟରେ ଦିଆଯାଉଥିବା ମାଗଣା ବଣ୍ଟନ ନେଇ ବିଭିନ୍ନ ପ୍ରତିଶ୍ରୁତି ବିରୋଧରେ ସୁପ୍ରିମ କୋର୍ଟରେ ଦାୟର ମାମଲାର ଶୁଣାଣି ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସମସ୍ତ ଦଳକୁ ଶନିବାର ମଧ୍ୟରେ ସେମାନଙ୍କ ପକ୍ଷ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କହିଛନ୍ତି କି, ଜନତାଙ୍କ ଅର୍ଥକୁ ସଠିକ ମାର୍ଗରେ ଖର୍ଚ୍ଚ କରିବାକୁ ନେଇ ଚିନ୍ତା ବଢିଛି।
ଅଗଷ୍ଟ ୧୦ରେ ସୁପ୍ରିମ କୋର୍ଟ କହିଥିଲେ କି, ନିର୍ବାଚନ ସମୟରେ ବିଭିନ୍ନ ମାମଣା ସାମଗ୍ରୀ ବଣ୍ଟନ ଏକ ଗୁରୁତର ବିଷୟ ହୋଇ ଠିଆହୋଇଛି। ଏହି ଅର୍ଥକୁ ଉପକରଣ କ୍ରୟରେ ବ୍ୟବହାର କରାଯାଇ ପାରନ୍ତା। କୋର୍ଟରେ ଦାୟର ଏକ ଯାଚିକାରେ ଅପିଲ କରାଯାଇଛି କି, କୋର୍ଟ ସେହିସବୁ ନିର୍ବାଚନ ଚିହ୍ନ ଜବତ କରନ୍ତୁ ଓ ଜନତାଙ୍କ ଅର୍ଥରେ ନିର୍ବାଚନ କାଳରେ ଜନତାଙ୍କୁ ଅଯୁକ୍ତିକର ସାମଗ୍ରୀ ବଣ୍ଟନ ପାଇଁ ପ୍ରତିଶ୍ରୁତି ଦେଉଥିବା ଦଳଗୁଡିର ପଞ୍ଜିକରଣକୁ ରଦ୍ଦ କରି ଦିଅନ୍ତୁ।
ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମନା, କୃଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯାଚିକା ଉପରେ କହିଛନ୍ତି କି, ଅର୍ଥନୈତିକ ଖଚ୍ଚ ବ୍ୟବସ୍ଥା ଓ ଲୋକଙ୍କ କଲ୍ୟାଣ ଉଭୟ ମଧ୍ୟରେ ସମାନତା ରକ୍ଷା କରାଯିବା ଉଚିତ। ତେଣୁ ଏହା ଉପରେ ଚର୍ଚ୍ଚାର ଆବଶ୍ୟକତା ରହିଛି ତଥା ଏହ ଉପରେ ଲୋକଙ୍କ ଦୃଷ୍ଟିକୋଣ, ଚିନ୍ତାଧାର ଉପସ୍ଥାପନ କରିବାକୁ ମଧ୍ୟ କୁହାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *