ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ମାମଲାରେ ସୁପ୍ରିମ କୋର୍ଟଙ୍କ ମତ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଗୁରୁବାର ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଯାଚିକା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି। କୋର୍ଟ ଏହି ପରି ବ୍ୟବସ୍ଥା କରିବାକୁ ଆଦେଶ ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି କି, ଏହା ସରକାରଙ୍କୁ ଦେଖିବାର ଅଛି।
ବିଜେପି ନେତା କପିଲ ମିଶ୍ରା ଓ ଓକିଲ ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା କି, ମିଛ ଅଭିଯୋଗ ମାମଲାରେ ଫସା ଯାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବା ଉଚିତ। ସୁପ୍ରିମ କୋର୍ଟ ଏପ୍ରକାର ଆଦେଶ ଦେବାକୁ ମନା କରିଦେଇଛନ୍ତି।
ଯାଚିକାରେ ୨୦ ବର୍ଷ ପର୍ଯ୍ୟନ୍ତ ମିଛ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଷ୍ଣୁ ତିବାରୀଙ୍କ ଉଦାହରଣ ବି ଦିଆଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ କି, ଉତ୍ତର ପ୍ରଦେଶର ଲଲିତପୁର ନିବାସୀ ବିଷ୍ଣୁ ତିବାରୀଙ୍କୁ ହାଇକୋର୍ଟ ୨୦ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ବିଷ୍ଣୁଙ୍କ ତଳ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇ ଥିଲେ।
ବିଷ୍ଣୁଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ତାଙ୍କ ବିରୋଧରେ ହରିଜନ ଆକ୍ଟ ଓ ଦୁଷ୍କର୍ମ ମାମଲାରେ କେଶ ଦାୟର କରାଯାଇଥିଲା।