ମସଜିଦରେ ବିସ୍ଫୋରଣ, 20 ମୃତ

Spread the love

କାବୁଲ: ଆଫଗାନିସ୍ତାନର ହେରାନ୍ତ ପ୍ରଦେଶର ଏକ ମସଜିଦରେ ବିସ୍ଫୋରଣ। ଶୁକ୍ରବାର ଦିନ ଗୁଜରଗାହ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣାରେ 20ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 200ରୁ ଅଧିକ ଲୋକ ଆହାତ ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ମସଜିଦରେ ଜୁମା ନମାଜ ପଢାସରିବା ପରେ ହୋଇଥିଲା। ତେବେ ମସଜିଦରେ ହୋଇଥିବା ଏହି ବର୍ବରତା ଆକ୍ରମଣରେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ସାହାସୀ ଧାର୍ମିକ ଗୁରୁ ମୌଲବୀ ମୁଜୀବ ଏବଂ ରହମାନ ଅଂସାରୀଙ୍କୁ ହତ୍ୟା କରାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅପରାଧିଙ୍କୁ କେବେବି ରକ୍ଷା ମିଳିବ ନାହିଁ ବୋଲି ତାଲିୱାନର ଜଣେ ମୁଖ୍ୟପାତ୍ର କହିଛନ୍ତି।

  • ଶୁଭଲକ୍ଷ୍ମୀ ସାହିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *