ପୋଲିସ ବାବୁଙ୍କ ନାଗିନ ଡ୍ୟାନ୍ସ

ଆଜି ୭୬ତମ ସ୍ୱାଧୀନତା ଦିବସ। ସମଗ୍ର ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପୋଲିସ ଥାନା ଭିତରେ ଦେଖିବାକୁ ମିଳିଛି ନାଗିନ ଡ୍ୟାନ୍ସ। ସ୍ୱାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ପୋଲିସ ବାବୁଙ୍କ ନାଗିନ ଡ୍ୟାନ୍ସ। ପ୍ରଥମେ ଦେଶାତ୍ମବୋଧକ ଗୀତ ଗାଇ ସ୍ୱାଧୀନତା ଦିବସ ପାଳନ କରିବା ପରେ ନାଗିନ ଡ୍ୟାନ୍ସରେ ଝୁମୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ନାଗିନ ଡ୍ୟାନ୍ସର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ହଁ ଆମେ କହୁଛୁ ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲା ପୁରାଣପୁର ଥାନା କଥା। ଏଠାରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରାଗଲା। ଦେଶାତ୍ମବୋଧକ ଗୀତ ବି ବୋଲା ହେଲା। ଏହାପରେ ଆରମ୍ଭ ହୋଇଗଲା ନାଗିନ ଡ୍ୟାନ୍ସ। ଇନସ୍ପେକ୍ଟରଙ୍କଠାରୁ ଆରମ୍ଭ କରି ଥାନା ଭିତରେ ଥିବା ସମସ୍ତ ପୋଲିସ କର୍ମଚାରୀ ଖୁସିରେ ନାଚିବାକୁ ଲାଗିଲେ। ଏମିତିରେ ପୋଲିସ କର୍ମଚାରୀଙ୍କୁ ବର୍ଷକ ମଧ୍ୟରେ ଖୁବ କମ ଛୁଟି ମିଳିଥାଏ। ତେଣୁ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ପୀଲଭିତ ଥାନାରେ ପୋଲିସ କର୍ମଚାରୀମାନେ ଖୁଲମଖୁଲ୍ଲା ନାଚିଥିବା ଭିଡିଓରେ ଦେଖିବାକୁ ମିଳିଛି।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ