ଅଡ଼ୁଆରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢିଲା ଅଡ଼ୁଆ। ୨ଶହ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଦିଲ୍ଲୀ କୋର୍ଟ ଜ୍ୟାକଲିନଙ୍କୁ ସମନ କରିଛନ୍ତି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଚାର୍ଜସିଟରେ ଇଡି ଜ୍ୟାକଲିନଙ୍କ ନାଁ ନେଇଛି।

ବଲିଉଡ୍ ଆକ୍ଟ୍ରେସ୍ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟର ସମନ। ୨ଶହ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଇଡି ଜ୍ୟାକଲିନଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ କରିଥିଲା। ଆଉ ଏହି ଆଧାରରେ ଦିଲ୍ଲୀ କୋର୍ଟ ଜ୍ୟାକଲିନଙ୍କୁ ସମନ କରିଛନ୍ତି। ସ୍ପେଶିଆଲ ଜଜ୍ ପରବୀନ ସିଂ  ଜ୍ୟାକଲିନଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ସମନ କରିଛନ୍ତି। ସେପ୍ଟେମ୍ୱର ୨୬ କିମ୍ୱା ତା ଆଗରୁ କୋର୍ଟରେ ହାଜର ହେବାକୁ ସମନ କରାଯାଇଛି। ଅଗଷ୍ଟ ୧୭ରେ ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଫାଇଲ କରିଥିଲା। ଯେଉଁଠି ଜ୍ୟାକଲିନଙ୍କ ନାଁ ଅଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ପ୍ରଥମ ଥର ପାଇଁ ଜ୍ୟାକଲିନ୍ ଙ୍କୁ ଚାର୍ଜସିଟରେ ଅନ୍ୟତମ ଅଭିଯୁକ୍ତ ଦର୍ଶାଯାଇଛି। ଇଡିର ରିପୋର୍ଟ ଅନୁସାରେ, ଚନ୍ଦ୍ରଶେଖର ଓ ତାଙ୍କ ସହଯୋଗୀଙ୍କ ଉପରେ ରେଡ୍ ବେଳେ ୧୬ଟି ଲକଜରି ଗାଡ଼ି ଜବତ ହୋଇଥିଲା। ସହ-ଅଭିଯୁକ୍ତ ଲିନା ପାଉଲୋଜ ଓ ଅନ୍ୟମାନଙ୍କଠୁ ଏହା ଜବତ କରାଯାଇଥିଲା। ପୂର୍ବରୁ ଇଡି ଫାଇଲ୍ କରିଥିବା ଚାର୍ଜସିଟରେ ଚନ୍ଦ୍ରଶେଖର, ଲିନା ମାରିଆ ପାଉଲ, ଦୀପକ ରମାନୀ, ପ୍ରଦୀପ ରମନାନି, କମଳେଶ କୋଠାରୀ, ଅବତାର ସିଂ କୋଚରଙ୍କ ସମେତ ମୋଟ୍ ୮ ଜଣଙ୍କ ନାଁ ଉଲ୍ଲେଖ ଥିଲା। ଜ୍ୟାକଲିନ ଦିଲ୍ଲୀ ସ୍ପେଶିଆଲ କୋର୍ଟରେ ସମାନ ବିଚାରପତିଙ୍କ ଆଗରେ ପାସପୋର୍ଟ ରିଲିଜ କରିବାକୁ ଆବେଦନ କରିଥିଲେ। ଜ୍ୟାକଲିନ୍ କହିଥିଲେ କି, ୨୦୦୯ରୁ ସେ ଭାରତରେ ରହୁଛନ୍ତି। ଭାରତୀୟ ଫିଲ୍ମ ଜଗତ ସହ ସେ ଜଡ଼ିତ ଓ ତାଙ୍କରି କିଛି ସୁନାମ ବି ରହିଛି। କିନ୍ତୁ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ତାଲିକାରେ ତାଙ୍କ ନାଁ ରଖିନଥିଲା। କିନ୍ତୁ ବିନା କାରଣରେ ଇଡି ତାଙ୍କର ପାସପୋର୍ଟ ଜବତ କରିଥିଲା। ସେ ଇଡିକୁ ସବୁବେଳେ ତଦନ୍ତରେ ସହଯୋଗ କରିଆସୁଛନ୍ତି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *