କିରାଣୀଙ୍କ ଘରୁ ୮୫ ଲକ୍ଷ ଜବତ

ଭୋପାଳ: ସରକାରୀ କିରାଣୀଙ୍କ ଘରୁ ମିଳିଲା ବିଡା ବିଡା ନୋଟ । ମଧ୍ୟପ୍ରଦେଶ ପୋଲିସର ଅର୍ଥନୈତିକ ଶାଖା ରେଡ କରି ଜଣେ ସରକାରୀ କିରାଣୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି । ମେଡିକାଲ ଶିକ୍ଷା ବିଭାଗର କିରାଣୀ ଭାବରେ କାମ କରନ୍ତି ହିରୋ କେସୱାନୀ। ତାଙ୍କ ପାଖରେ କିପରି ଏତେ ଟଙ୍କା ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ବାସଭବନରେ ଅତର୍କିତ ଭାବରେ ଚଢାଉ ପରେ କେସୱାନୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଫଳରେ ତାଙ୍କୁ ଅଧିକାରୀ ମାନେ କିଛି ପଚରା ଉଚରା କରିପାରିନହାଁନ୍ତି । କେସୱାନୀ ଚାକିରି ଆରମ୍ଭ କରିବା ବେଳେ ତାଙ୍କର ମାସିକ ଦରମା ୪ ହଜାର ଟଙ୍କା ଥିଲା । ଏବେ ସେ ମାସିକ ୫୦ ହଜାର ଟଙ୍କା ପାଉଛନ୍ତି । ହେଲେ ଏକକାଳିନୀ ଏତେ ଟଙ୍କା ତାଙ୍କ ଘରୁ କେମିତି ବାହାରିଲା ତାହା ସମସ୍ତଙ୍କୁ ଚକିତ କରିଛି। ଜଣେ କିରାଣୀ ବାସ୍ତବରେ ଘରେ ଏତେ ଟଙ୍କା କେଉଁଠୁ ଆଣିଲା ତାର କୌଣସି ସନ୍ତୋଷଜନକ ଉତ୍ତର ତାଙ୍କଠାରୁ ନ ମିଳିବାରୁ ସନ୍ଦେହ ସୃଷ୍ଟି କରିଥିବା ପୋଲିସ କହିଛି। ପେଶାରେ ଜଣେ କିରାଣୀ ହୋଇ ଘରେ ଏତେ ଟଙ୍କା କଣ ପାଇଁ ରଖିଲେ ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି କି? ଏ ପଇସା ଆସିଲା କେମିତି? କୌଣସି ଦୁର୍ନୀତିରେ ସମ୍ପୃକ୍ତ ଥିବାର ଆଶା କରୁଛନ୍ତି ସମସ୍ତେ । କିନ୍ତୁ ରେଡ ସମୟରେ ସେ ଅସୁସ୍ଥ ହୋଇଯିବାରୁ କୌଣସି ସଠିକ ଉତ୍ତର ମିଳିପାରିନାହିଁ । ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି  ଆସିବା ପରେ ସମସ୍ତ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।

ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *