money

  • ଶିକ୍ଷାର ବିକାଶ ନାଁରେ ଚାଲିଛି ହରିଲୁଟ

    ବାଙ୍କି:  ଶିକ୍ଷାର ବିକାଶ ନାଁରେ ଚାଲିଛି ହରିଲୁଟ। କଲେଜର ଉନ୍ନତିକରଣ ପାଇଁ ଆସୁଥିବା ଟଙ୍କାକୁ ଚଳୁ କରାଯାଉଥିବା ଅଭିଯୋଗ। ବାଙ୍କୀ କଲେଜର ଉନ୍ନତିକରଣ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ପୁରାତନ ଛାତ୍ର ସଂସଦର ସଭାପତି ଓ ପୁରାତନ ଛାତ୍ରଛାତ୍ରୀ।  ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଏହାର ମାନ ବୃଦ୍ଧିକୁ ନେଇ ଖର୍ଚ୍ଚ ଜରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଏହି ଅର୍ଥକୁ ସଠିକ ରୂପେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଖର୍ଚ୍ଚ ହେଇ ପାରୁନାହିଁ। ଏହାର ସତ୍ୟତା କେତେଦୂର ରହିଛି ଆଉ ନିର୍ମାଣଧୀନ ପ୍ରକଳ୍ପଗୁଡିକ କେତେ କାର୍ଯ୍ୟକ୍ଷମ କରାଯାଇଛି।

    ଭଲଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଏ ହେଉଛି ବାଙ୍କିରେ ରହିଥିବା ୧୯୬୧ ମସିହାର ନିର୍ମାଣଧୀନ କଲେଜ । କଲେଜ କର୍ତ୍ତୃପକ୍ଷଙ୍କ ବୈମାତୃକ ମନଭାବ ହେଉ କି କଲେଜ ପରିଚାଳନା କମିଟିର ଦୂରଦୃଷ୍ଟି ଅଭାବ, ଏହି ସ୍ୱୟଂ ଶାସିତ ମହାବିବ୍ୟାଳୟଟିର ପାରିପାର୍ଶ୍ୱିକ ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ଶାରୀରିକ ବିକାଶକୁ ନେଇ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଏବେ ଅଧାପନ୍ତରିଆ ଅବସ୍ଥାରେ ବର୍ଷ ବର୍ଷ ଧରି ପଡି ରହିଛି ବୋଲି ଅଭିଯୋଗ ଆଣିଛନ୍ତି କଲେଜର ପୁରାତନ ଛାତ୍ର ଓ ଛାତ୍ର ସଂସଦର ସଭାପତି । ପ୍ରକଳ୍ପ ନିର୍ମାଣ ନାମରେ ବ୍ୟାପକ ଅର୍ଥ ତୋଷାରପାତ କରାଯାଇଥିବା ସିଧାସଳଖ ଅଭିଯୋଗ ହୋଇଛି। ଉନ୍ନତିକରଣ ନାମରେ ଯେଉଁ ସବୁ ଅର୍ଥ ହେରଫେର କରାଯାଇଛି  ତାହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ସିବିଆଇକୁ ଏହାର ତନଖି ପାଇଁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛି ପୁରାତନ ଛାତ୍ର ଓ ସଂସଦ ର ସଭାପତିଙ୍କ ସମେତ ଅଧ୍ୟୟନରତ ଛାତ୍ର ମାନେ।

    ସେପଟେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଖେଳକୁଦ ପାଇଁ ରହିଥିବା ଖେଳ ପଡିଆ ଓ ଇଣ୍ଡୋର ଷ୍ଟାଡିୟମ ଗୁଡିକ ଏବେ ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଅନ୍ୟପଟେ ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳରେ ରହିଥିବା ଜେନେରେଟର ଏବେ ପଡି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ଅପର ପଟେ କଲେଜ ପରିସରରେ ରହିଥିବା ପ୍ରଥମ ଚିକିତ୍ସା କେନ୍ଦ୍ରରେ ବର୍ଷ ତମାମ ପଡି ରହିଛି ତାଲା । ବଟାନିକାଲ ଗାର୍ଡେନଟିର ଅବସ୍ଥା ନ କହିବା ଭଲ । ଆଉ ପିଲାଙ୍କ ସ୍ୱାର୍ଥକୁ ନେଇ ନିର୍ମାଣ ହୋଇଥିବା ସୁମିଙ୍ଗପୁଲଟି ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। କଲେଜ ଗ୍ରାଉଣ୍ଡ ମଧ୍ୟରେ ରହିଥିବା ଛାତ୍ରବାସର ଗୃହଗୁଡିକ ମଧ୍ୟ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।  ମୋଟାମୋଟି କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଏହି ପୁରାତନ ମହାବିଦ୍ୟାଳୟଟି। ସେପଟେ ଏ ସମସ୍ତ ସମସ୍ୟା ରହିଥିବା ଘଟଣା ସ୍ୱୀକାର କରିଛନ୍ତି ଖୋଦ ମହାବିଦ୍ୟାଳୟ ର ଅଧକ୍ଷ। ତୁରନ୍ତ ଏ ସବୁ ସମସ୍ୟାର ସମାଧାନ କରାଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଅଧକ୍ଷ ଭବାନୀ ପ୍ରସାଦ ହୋତା ।

    ମନୋଜ କୁମାର ଦଳେଇଙ୍କ ରିପୋର୍ଟ

  • ଚୋରୀ ଉଦ୍ୟମ ହେଲା ବିଫଳ

    ଭଦ୍ରକ: ପୋଲିସ ପେଟ୍ରୋଲିଂ ଵେଳେ ଏଟିଏମ ଲୁଟ ଉଦ୍ୟମ ହେଲା ପଣ୍ଡ। ଗତକାଲି ରାତି ୩ ଘଟିକା ସମୟରେ ଧାମନଗର ବଜାର ସ୍ଥିତ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ କିଛି ଦୁର୍ବୁତ୍ତ ଗ୍ୟାସ କଟରରେ କାଟି ଟଙ୍କା ଚୋରୀ କରିବାକୁ ଚେଷ୍ଟା କରୁଥିବା ବେଳେ, ପେଟ୍ରୋଲିଂରୁ ଫେରୁଥିବା ଥାନାଧିକାରୀଙ୍କ ଦୃଷ୍ଟିରେ ପଡ଼ିଥିଲା। ପୋଲିସକୁ ଦେଖି ଦୁର୍ବୁତ୍ତ ମାନେ ସେଠାରୁ କୌଣସି ଉପାୟରେ ଫେରାର ହୋଇ ଯାଇଥିଲେ। ଦୀର୍ଘ ବାଟ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ପିଛା କରିଥିଲେ ହେଁ ରାତିର ସେମାନେ ଫେରାର ହେବାକୁ ସକ୍ଷମ ହୋଇ ଯାଇଥିଲେ। ଆଜି ଧାମନଗର ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ଵିଭିନ୍ନ ଥାନାକୁ ଖବର ଦେଇ  ଚେକିଂକୁ  ତ୍ୱାରିନତ କରାଯାଇଛି।

  • ଚାକିରୀ ଦେବା ନାଁରେ ଠକି ନେଲେ ଟଙ୍କା

    ଭଦ୍ରକ : ଚାକିରୀ ଦେବା ନାଁରେ ଠକି ନେଲେ ଟଙ୍କା। ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ କହି ଚାକିରୀ କରାଇଦେବା ନାଁରେ ଯୁବକଙ୍କ ନିକଟରୁ ଟଙ୍କା ନେଉଥିଲେ। ଅଭିଯୁକ୍ତମାନେ ହେଲେ ବୋଡ଼କ ଅଞ୍ଚଳର ବିଶ୍ୱଜିତ ମାଝୀ ଓ ଟାଟାନଗର ଅଞ୍ଚଳର ବିଶ୍ୱଜିତ ପାନ। ତେବେ ଧୂଷୁରୀ ଥାନା ବୋଡ଼କ ଅଞ୍ଚଳର ଜ୍ୟୋତି ରଞ୍ଜନ ବେହେରାଙ୍କ ଯୋଗାଯୋଗ ଏହି ଦୁଇ ଠକଙ୍କ ସହ ହୋଇଥିଲା। ସେମାନେ ରେଳବାଇରେ ଚାକିରୀ କରାଇଦେବା କହି ଜ୍ୟୋତି ରଞ୍ଜନଙ୍କ ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ପରେ ଅନ୍ୟମାନଙ୍କ ନିକଟରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦେଇଥିଲେ। ଆଶାୟୀ ଚାକିରୀରେ ଯୋଗ ଦେବାକୁ ଯାଇ କାଗଜପତ୍ର ଗୁଡିକ ନକଲି ବୋଲି ଜଣାପଡିଥିଲା। ତେବେ ଦୁଇ ଅଭିଯୁକ୍ତ ଟଙ୍କା ନ ଫେରାଇବାରୁ ଅଭିଯୋଗ କ୍ରମେ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ଏମିତି ଭାବେ ଅନେକ ଅଞ୍ଚଳରୁ ଠକେଇ କରିଥିବା ସୂଚନା ମିଳିଛି ।

  • କିରାଣୀଙ୍କ ଘରୁ ୮୫ ଲକ୍ଷ ଜବତ

    ଭୋପାଳ: ସରକାରୀ କିରାଣୀଙ୍କ ଘରୁ ମିଳିଲା ବିଡା ବିଡା ନୋଟ । ମଧ୍ୟପ୍ରଦେଶ ପୋଲିସର ଅର୍ଥନୈତିକ ଶାଖା ରେଡ କରି ଜଣେ ସରକାରୀ କିରାଣୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି । ମେଡିକାଲ ଶିକ୍ଷା ବିଭାଗର କିରାଣୀ ଭାବରେ କାମ କରନ୍ତି ହିରୋ କେସୱାନୀ। ତାଙ୍କ ପାଖରେ କିପରି ଏତେ ଟଙ୍କା ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ବାସଭବନରେ ଅତର୍କିତ ଭାବରେ ଚଢାଉ ପରେ କେସୱାନୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଫଳରେ ତାଙ୍କୁ ଅଧିକାରୀ ମାନେ କିଛି ପଚରା ଉଚରା କରିପାରିନହାଁନ୍ତି । କେସୱାନୀ ଚାକିରି ଆରମ୍ଭ କରିବା ବେଳେ ତାଙ୍କର ମାସିକ ଦରମା ୪ ହଜାର ଟଙ୍କା ଥିଲା । ଏବେ ସେ ମାସିକ ୫୦ ହଜାର ଟଙ୍କା ପାଉଛନ୍ତି । ହେଲେ ଏକକାଳିନୀ ଏତେ ଟଙ୍କା ତାଙ୍କ ଘରୁ କେମିତି ବାହାରିଲା ତାହା ସମସ୍ତଙ୍କୁ ଚକିତ କରିଛି। ଜଣେ କିରାଣୀ ବାସ୍ତବରେ ଘରେ ଏତେ ଟଙ୍କା କେଉଁଠୁ ଆଣିଲା ତାର କୌଣସି ସନ୍ତୋଷଜନକ ଉତ୍ତର ତାଙ୍କଠାରୁ ନ ମିଳିବାରୁ ସନ୍ଦେହ ସୃଷ୍ଟି କରିଥିବା ପୋଲିସ କହିଛି। ପେଶାରେ ଜଣେ କିରାଣୀ ହୋଇ ଘରେ ଏତେ ଟଙ୍କା କଣ ପାଇଁ ରଖିଲେ ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି କି? ଏ ପଇସା ଆସିଲା କେମିତି? କୌଣସି ଦୁର୍ନୀତିରେ ସମ୍ପୃକ୍ତ ଥିବାର ଆଶା କରୁଛନ୍ତି ସମସ୍ତେ । କିନ୍ତୁ ରେଡ ସମୟରେ ସେ ଅସୁସ୍ଥ ହୋଇଯିବାରୁ କୌଣସି ସଠିକ ଉତ୍ତର ମିଳିପାରିନାହିଁ । ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି  ଆସିବା ପରେ ସମସ୍ତ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।

    ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

  • ନେଉଥିଲେ ୧୫ କୋଟି…ଏବେ ନିଜ ଫି ବୃଦ୍ଧି ପାଇଁ କରିଛନ୍ତି ଦାବି

    ବିଗ ବସ୍। ଯାହା ଯୁବପୀଢିଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ମନୋରଞ୍ଜନ କରିଥାଏ। ତେବେ ଏହାର ୧୬ ତମ ସଂସ୍କରଣକୁ ବହୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ସେପଟେ ସଲମାନ ଖାନଙ୍କ ହୋଷ୍ଟିଂକୁ ବିଗ ବସ୍ ବେଶ ପସନ୍ଦ କରୁଥିବା ଦେଖାଦେଇଛି। ତେବେ ଚଳିତ ଥର ଶୋ ନିର୍ମାତାଙ୍କଠାରୁ ତାଙ୍କ ଫି ବୃଦ୍ଧି କରିବାକୁ ଦାବି କରିଥିବା ଜଣାପଡିଛି। ତେବେ ଏହା ହେଉଛି ସବୁଠାରୁ ମେଗା ରିଆଲିଟି ଶୋ । ଯାହାକୁ ଲୋକେ ଦେଖିବାକୁ ଚାହିଁ ବସିଥାନ୍ତି। ସଲମାନ ଖାନ ବିଗବସର ପ୍ରତ୍ୟକ ଏପିସୋଡ ପାଇଁ ୧୫ କୋଟି ଟଙ୍କା ଆଦାୟ କରୁଛନ୍ତି। ତେବେ ଏହି ଶୋ ମାଧ୍ୟମରେ କେତେ ଟଙ୍କା ରୋଜଗାର କରୁଥିବେ ସଲମାନ ଆପଣ ଅନୁମାନ କରିପାରୁଥିବେ। ଅନ୍ୟପଟେ ବିଗବସ୍ ୧୬ ସେପ୍ଟେମ୍ୱର ଶେଷ କିମ୍ୱା ଅକ୍ଟୋବରରୁ ଆରମ୍ଭ ହୋଇପାରେ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ..
  • ଟଙ୍କା ଉଡୁଛି ଧରିପାରିଲେ ହେଲା…

    କଥା ଛଳରେ ଲୋକ ମାନେ କହନ୍ତି ଟଙ୍କା ଉଡୁଛି ଧରିପାରିଲେ ହେଲା । ଗାଁରୁ ସହରକୁ କାମ ଧନ୍ଧା ଚକରରେ ଯେଉଁ ଲୋକ ମାନେ ଆସି କିଛି ପଇସା ରୋଜଗାର କରନ୍ତି । ସେମାନେ ଏଭଳି କଥା ବେସି କହନ୍ତି ଲୋକ ମାନଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ । ଏହା ଅର୍ଥ ହେଉଚି ସହରରେ ଅନକେ କାମ ଅଛି । ବିଭିନ୍ କାର୍ଯ୍ୟ ମାଧ୍ୟ୍ୟମରେ ପଇସା ରୋଜଗାର କରିପାରିବେ । କିନ୍ତୁ ଏହି ଘଟଣା ସମ୍ପୁର୍ଣ ଅଲଗା । ହାଇଦ୍ରବାଦ ର ଏହି ଘଟଣା । ଭଡିଓ ଦେଖୁଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେମାନେ ଭାବୁଛନ୍ତି ଏଭଳି ଘଟଣା ତାଙ୍କ ସାମନାରେ ହୁଅନ୍ତା କି । ହ୍ରଇଦ୍ରାବାଦ ର ଗୁଲାଜର ହଜ୍ ରୋଡ ରେ ଜଣେ କୁର୍ତ୍ତା ପିନ୍ଧିଥିବା ଯୁବକ ଠିଆ ହୋଇ ୫ ଶହ ଟଙ୍କିଆ ନୋଟ ଉପରକୁ ଫୋପାଚୁଛନ୍ତି ।

    ଏହି ଘଟଣା ଦେଖିବା ପାଇଁ ଲୋକ ମାନେ ପ୍ରବଳ ଭିଡି ପରିଲିକ୍ଷିତ ହେଉଛି । ରାସ୍ତା ଘାଟ ଜାମ ହୋଇଯାଉଛି । କାର ମଟର ସମସ୍ତେ ଭିଡ ହେବା ଫଳରେ ଟ୍ରାଫିକ ଜାମ ହୋଇଯାଇଛି କିଛି ସମୟ ପାଇଁ । ଏଭିଳି ଘଟମା ଥରେ ନୁହେଁ ସେ ଯୁବକ ଜଣକ ଏକାଧିକ ବାର କରିଛନ୍ତି । ଏହା କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ରହିଛି ସେ କେବେଳ କହିପାରିବେ । ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି କିଛି ଉଦ୍ଦେଶ୍ୟ ଥାଏ । ବିନା ଉଦ୍ଦେଶ୍ୟ ଯିଏ କାର୍ଯ୍ୟ କରନ୍ତି ସେ ଭଗବାନ ନଚେତ ପାଗଳ ହୋଇଥିବେ । ଏହି ଯୁବକଙ୍କର ଏହି ଭିଡଓ ସୋସିଆଲ ମିଡଆରେ ପ୍ରବଳ ଭାଇରାଲ ହେଉଛି । ଏହା ସାଧାରଣରେ ନିନ୍ଦା କରାଯାଇଛି ।

    ଘଟଣା ଦେଖୁଥିବା ଲୋକ ମାନେ ଭାବିଲେ ବୋଧହୁଏ ଯୁବକଙ୍କର ପରିବାର ସଦସ୍ୟ କାହାର ବିବାହ ଅଛି ସେଥିପାଇଁ ଟଙ୍କା ଉଠାଉଛନ୍ତି । ସେ ନୋଟ ଅସଲି ନା ନକଲି ସେ ସମ୍ପର୍କରେ କିଛି ଲେଖାଯାଇନାହିଁ । ଚାରମିନାର ଇନଷ୍ପେକ୍ଟର ଗୁରୁ ନାଇଡୁ କହିଛନ୍ତି ଏ ନେଇ କୌଣସି ଅଭିଯୋଗ ଥାନାରେ ହୋଇନାହିଁ । ତେଣୁ କୌଣସି ମାମାଲା ଜାୟର କରାଯାଇନାହିଁ । ଏହି ଭିଡିଓ ମାତ୍ର ତିନି ପୁର୍ବର । ପୋଲିସ ପକ୍ଷରୁ ଏଭଳି ଘଟମା ପ୍ରତି ସତର୍କ ରହିବା ପାଇଁ କୁହାଯାଇଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button