ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

Spread the love

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି। ଯୋଗୀ ଏକ ନୂଚନ ପରିବାର କଲ୍ୟାଣ କାର୍ଡ ଯୋଜନା କରିଛନ୍ତି। ଏହା ଅଧିନରେ ରାଜ୍ୟର ସମସ୍ତ ପରିବାରକୁ ମ୍ୟାପିଂ କରି ଏକ ଫ୍ୟାମିଲି କାର୍ଡ ପ୍ରସ୍ତୁତ କରାଯିବ। ଏହି ଫ୍ୟାମିଲ କାର୍ଡ ୧୨ ଅଙ୍କ ବିଶିଷ୍ଟର ହେବ। ଏହି କାର୍ଡ ସାହାର୍ଯ୍ୟରେ ସରକାର ପରିବାର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସାହାର୍ଯ୍ୟ କରିବ।

କୁହାଯାଉଛି ଯେ, କାର୍ଡ ସାହାର୍ଯ୍ୟରେ ଯୋଗୀ ସରକାର ଲୋକଙ୍କୁ ସରକାରୀ ଯୋଜନାରୁ ରୋଜଗାର ଏବଂ ଚାକିରୀ ଦେବାରେ ସାହାର୍ଯ୍ୟ କରିବ। ନିକଟରେ ସିଏମ୍ ଯୋଗୀ ଆଦିତ୍ୟନାଥ ଏହି ବିଷୟରେ ଏକ ଉପସ୍ଥାପନା ଦେଖିଥିଲେ। ବର୍ତ୍ତମାନ ଏହି ଉପସ୍ଥାନକୁ କାର୍ଯ୍ୟକାରୀ କରିବାକୁ ସାମାଜିକ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ପରିଚୟ ପତ୍ର ପାଇଁ ରାଶନ କାର୍ଡରୁ ତଥ୍ୟ ସଂଗ୍ରହ କରିବାପାଇଁ ପ୍ରସ୍ତୁତି ଚାଲିଛି। ଯଦି ଏପରି ହୁଏ ତେବେ କିଛି ଦିନ ମଧ୍ୟରେ ୬୦ ପ୍ରତିଶତ ପରିବାର ଏହି ଯୋଜନା ସହ ଯୋଡି ହେବ।

 – ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *