ସ୍ୱାସ୍ଥ୍ୟ
ଜାରି ରହିବ ମାଗଣା ଟିକାକରଣ

ଭୁବନେଶ୍ୱର: ଟୀକା କରଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଡେଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟୀକା। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଗାମୀ ନିର୍ଦ୍ଦେଶନାମ ନଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ। ଜୁଲାଇ 15ରୁ ସେପ୍ଟେମ୍ବର 30ଭିତରେ ଏକ କୋଟି 21ଲକ୍ଷ 50ହଜାର ବୁଷ୍ଟର ଡୋଜ ଟିକକରଣ ସରିଛି। ଟିକକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର 38ପ୍ରତିଶତ ଲୋକଙ୍କୁ ଟିକକରଣ ସରିଛି । ଓଡ଼ିଶାରେ ପ୍ରଥମ ଡୋଜ 97% ଓ ଦ୍ଵିତୀୟ ଡୋଜ 91% ଟୀକାକାରଣ ସରିଛି। ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି, ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ।