ପ୍ରତ୍ୟକ୍ଷ ପ୍ରମାଣ ବିନା ବି ଦୋଷୀ ସାବ୍ୟସ୍ତ ହେବେ ଭ୍ରଷ୍ଟ ଅଧିକାରୀ: ଏସସି

Spread the love

ନୂଆଦିଲ୍ଲୀ: ଭ୍ରଷ୍ଟାଚାରୀଙ୍କ ପାଇଁ ସୁପ୍ରିମକୋର୍ଟର ସତର୍କ ଘଣ୍ଟି। ଲାଞ୍ଚ ନେବା ଓ ଦେବା ଉଭୟ ମାମଲାରେ ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ହୋଇପାରେ ଦଣ୍ଡବିଧାନ। ପାରିପାର୍ଶ୍ବିକ ପ୍ରମାଣ ଆଧାରାରେ ମଧ୍ୟ ମିଳିପାରେ ଶାସ୍ତି। ପାଞ୍ଚ ଜଣିଆ ସମ୍ବିଧାନିକ ପୀଠ ଏପରି ନିଷ୍ପତ୍ତି ଶୁଣାଇଛନ୍ତି।

ଲାଞ୍ଚ କାରବାର ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ପୀଠର କଡା ନିଷ୍ପତ୍ତି। ଏଣିକି ଲାଞ୍ଚ ନେବା ଓ ଦେବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ମଧ୍ୟ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ଦୋଷ ସାବ୍ୟସ୍ତ ହୋଇପାରିବ। ଏହି ମାମଲାରେ ସମ୍ବିଧାନିକ ପୀଠ ନଭେମ୍ବର ୨୨ରେ ଶୁଣାଣି ଶେଷ କରିଥିଲେ ମଧ୍ୟ ରାୟକୁ ସଂରକ୍ଷିତ ରଖିଥିଲେ। ଜଷ୍ଟିସ ଏସ ଅବ୍ଦୁଲ ନଜିର, ଜଷ୍ଟିସ ବି ଆର ଗଭଇ, ଜଷ୍ଟିସ ଏ ଏସ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟନ ଓ ଜଷ୍ଟିସ ବିଭି ନାଗରତ୍ନା ଏହି ମାମଲାରେ ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟ ରାୟ ଶୁଣାଇବା କାଳରେ କହିଛନ୍ତି କି, କୋର୍ଟଙ୍କୁ ଭ୍ରଷ୍ଟ ବ୍ୟକ୍ତିଙ୍କ ପ୍ରତି କୌଣସି ସମବେଦନା ରହିବ ନାହିଁ। ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଜରୁରୀ, କାରଣ ଭ୍ରଷ୍ଟାଚାର ଶାସନକୁ ପ୍ରଭାବିତ କରୁଥିବା ସିଂହ ଭାଗକୁ କାବୁ କରି ନେଇଛି। ସ୍ବଚ୍ଛ, ବିଶ୍ବସ୍ତ ଅଧିକାରୀଙ୍କ ଉପରେ ଏହାର ପ୍ରଭାବ ପଡୁଛି।  ଯେତେବେଳେ ଭ୍ରଷ୍ଟ ଲୋକଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ସାକ୍ଷ୍ୟ ମିଳୁନାହିଁ ତେବେ ପରିସ୍ଥିତିରୁ ସୃଷ୍ଟି ହୋଇଥିବା ସାକ୍ଷ୍ୟ ଆଧାରରେ ଏକ ଭ୍ରଷ୍ଟ ଅଧିକାରୀକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରେ।

Leave a Reply

Your email address will not be published. Required fields are marked *