କୋର୍ଟଜାତୀୟ

ମିଡିଆ ଟ୍ରାଏଲ ବନ୍ଦ କର: ସୁପ୍ରିମକୋର୍ଟ ବିଚାରପତି

କୌଣସି ଘଟଣାରେ ମିଡିଆ ଟ୍ରାଏଲ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ବୋଲି ସୁପ୍ରିମକୋର୍ଟ ର ବିଚାରପତି ଜେବି ପାରିଦିୱାଲା କଡା ଭାବରେ କହିଛନ୍ତି । ବେଜପିର ପୁର୍ବତନ ପ୍ରବକ୍ତା ନୁପୁର ଶର୍ମା ଅବେଦନ ଉପରେ ଶୁଣାଣୀ କରିଥିବା ଜେବି ପାରିଦିୱାଲା ସମାଲୋଚକଙ୍କୁ ମାନଙ୍କୁ ଜବାବ୍ ଦେଇଛନ୍ତି । ସେ କହିଛନ୍ତି ଯେତେବେଳେ କୌଣସି ମାମଲାକୁ ନେଇ ବିଚାରପତି ଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଏ ତେବେ ତାହା ନ୍ୟାୟିକ ବ୍ୟବସ୍ଥା ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ଏହି କାରଣରୁ ବିଚାରପତି ମାନଙ୍କୁ ଚିନ୍ତା କରିବାକୁ ପଡେ ଯେ ଗଣମାଧ୍ୟ୍ୟମ କଣ ଭାବୁଛି ଯେତେବେଳେ ନ୍ୟାୟ କଣ ଭାବୁଛି ତାହା ଗୁରୁତ୍ବପୁର୍ଣ । ସେ କହିଛନ୍ତି ଭାରତରେ ସାମାଜିକ ଗଣମାଧ୍ୟ୍ୟମ ପୁର୍ଣ ନ୍ୟାୟିକ ଏବଂ ସାମ୍ଭିଧାନିକ ପ୍ରସଙ୍ଗର ରାଜନୀତିକରଣ କରିଥାଏ ।

ସାମାଜିକ ଗଣମାଧ୍ୟ୍ୟମ ଅର୍ଦ୍ଧସତ୍ୟ ଓ ଅର୍ଦ୍ଧତଥ୍ୟ ଦେଖାଉଛି ଯାହା କି ବାସ୍ତବରେ ଭିନ୍ନ୍ । ସାମାଜିକ ଗଣମାଧ୍ୟ୍ୟମ ଉପରେ ଅଙ୍କୁଶ ଲଗାୟିବା ଦରକାର । ସଂସଦ ଏହା ଉୁପରେ ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆହୁରି କହିଛନ୍ତି ଯେ ଆମେ କୌଣସି ଲୋକଙ୍କ ରାୟ ଅନୁସାରେ ମାମଲାର ଶୁଣାଣୀ କରୁନାହୁଁ । ଯାହା କରୁ ଭାରତୀୟ ଆଇନ ଅନୁଯାୟୀ କରୁ । କିଛି ରାୟ ଲୋକ ମାନଙ୍କ ବିରୋଧରେ ଦେବାକୁ ପଡିଥାଏ । ଭରାତୀୟ ଦଣ୍ଡ ସଂହିତା ଆଧାରରେ ପ୍ରତ୍ୟକ ମାମଲାର ଶୁଣାଣୀ କରିବାକୁ ପଡିଥାଏ । କୌଣସି ରାୟକୁ ନେଇ ଜଷ୍ଟିସ୍ ଙ୍କ ଉପରେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ । ନ୍ୟାୟପାଳିକାର ନିଷ୍ପତ୍ତି ଉପରେ ସାଧାରଣ ଲୋକଙ୍କ ମନ୍ବବ୍ୟର ପ୍ରଭାବ ନପଡିବା ଆବଶ୍ୟକ ।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ଟିପ୍ପଣୀକୁ ନେଇ ନୁପୁର ଶର୍ମା ଙ୍କ ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ଭର୍ସନା କରିଥିଲେ । ଅଲଗା ଅଲଗା ରାଜ୍ୟରେ ରୁଜୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ନୁପୁର ଶର୍ମା ଆବେଦନ କରିଥିଲେ । କୋର୍ଟ ତାଙ୍କୁ ଭର୍ସନା କରିବା ସହ ଗଣମାଧ୍ୟ୍ୟମ ମାଧ୍ୟ୍ୟମରେ ନିଜର ଆପତ୍ତିଜନକ ଟିପ୍ପଣୀ ପାଇଁ ସମସ୍ତ ଦେଶବାସୀ ଙ୍କୁ କ୍ଷମା ମାଗ ବୋଲି କହିଥିଲେ । କେବେଳ ନୁପୁର ଙ୍କ ପାଇଁ ଦେଶରେ ହିଂସା ଏବଂ ହତ୍ୟା ଘଟଣା ଘଟୁଛି । ସୁପ୍ରିମକୋର୍ଟର ଜଷ୍ଟିସ୍ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜେବି ପାରିଦିୱାଲା ଖଣ୍ଡପୀଠ ଏହି ମାମଲା ଶୁଶାଣୀ କରିଥିଲେ ।

  • ସ୍ମରିଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button