କେତେ କାଳ ଆଶୀଷ ରହିବେ ଜେଲରେ: ଏସସି

Spread the love

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଆଉ କେତେଦିନ ବନ୍ଦ ରହିବେ ଆଶୀଷ ମିଶ୍ରା? ଟ୍ରଏଲ କୋର୍ଟଙ୍‌କୁ ନିର୍ଦ୍ଦିଷ୍ଟ ସମୟ ସୂଚଇବାକୁ ସୁପ୍ରିମକୋର୍ଟଙ୍କ ତାଗିଦ। ଆଶୀଷ ମିଶ୍ରାଙ୍କ ଜାମିନର ଶୁଣାଣି ଆଉ କେତେଦିନ ଲାଗିବ ତାକୁ ସ୍ପଷ୍ଟ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରା ଗିରଫ ହୋଇ ଜେଲରେ ଥିବା ବେଳେ ସୁପ୍ରିମକୋର୍ଟରେ ତାଙ୍କ ଦ୍ବାରା ହୋଇଥିବା ଜାମିନ ଆବେଦନର ଶୁଣାଣି କାଳରେ ଟ୍ରାଏଲ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ। ଅନ୍ୟ ମାମଲାର ଶୁଣାଣିକୁ ପ୍ରଭାବିତ ନ କରି କେତେ ଦିନରେ ଆଶୀଷଙ୍କ ମାମଲାର ଶୁଣାଣି ହେବ ସେ ନେଇ ପଚାରିଛନ୍ତି ସର୍ବୋଚ୍ଚ କୋର୍ଟ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଆଶୀଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କାଳରେ ରେଜିଷ୍ଟ୍ରାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି କି, ପ୍ରଥମ ଅତିରିକ୍ତ ସେସନ ଜଜଙ୍କ ଠାରୁ ବୁଝନ୍ତୁ କି, ଅନ୍ୟାନ୍ୟ ସାଧାରଣ ମାମଲାଙ୍କୁ ବ୍ୟାହତ ନ କରି ଆଶୀଷଙ୍କ ମାମଲାର ଶୁଣାଣି ଶେଷ କରିବାକୁ କେତେ କାଳ ଲାଗିବ ତାହା ବୁଝନ୍ତୁ।  ଏହି ମାମଲାରେ ପୀଡିତ ଓ ଅଭିଯୁକ୍ତମାନଙ୍କ ଅଧିକାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଖଣ୍ଡପୀଠ କହିଛନ୍ତି।

ମାମଲାର ଶୁଣାଣି କାଳରେ ଖଣ୍ଡପୀଠ ପଚାରିଛନ୍ତି କି, ଆଉ କେତେକାଳ ଆଶୀଷ ଜେଲର ୪ କାନ୍ଥ ଭିତରେ ରହିବେ। ପୀଠ ପଚାରିଛନ୍ତି କି,  କଣ ମିଶ୍ରାଙ୍କୁ ବିଚାରାଧୀନ ରୂପେ  ଅନିଶ୍ଚିତ କାଳ ପାଇଁ  ରଖାଯାଇପାରିବ?  କିନ୍ତୁ ମିଶ୍ରାଙ୍କ ପକ୍ଷରୁ କୁହାଯାଇଛି କି, ଅପରାଧ କାଳରେ ସେ ସେଠାରେ ନ ଥିଲେ।  ହେଲେ ରାଜ୍ୟ ଓ ପୀଡିତମାନେ ତାଙ୍କୁ ଜାମିନ  ନ ଦେବାକୁ ଗୁହାର କରିଛନ୍ତି। କୁହାଯାଉଛି କି, ସେ ବାହାରକୁ ଆସିବା ପରେ ପ୍ରମାଣ ନଷ୍ଟ କରିବାର ସହ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

କୋର୍ଟ ଉତ୍ତରପ୍ରଦେଶକୁ କୃଷକଙ୍କ ଦ୍ବାରା ମିଶ୍ରାଙ୍କ ଡ୍ରାଇଭରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ କଣ ପଦକ୍ଷେପ ନିଆଯାଇଛି ଓ ତାର ତଦନ୍ତ କେତେ ଦୂର ଗଲା ତାହା ସ୍ପଷ୍ଟ କରିବାକୁ କହିଛନ୍ତି।  ୨୦୨୧ ଅକ୍ଟୋବରରେ କୃଷକ ଆନ୍ଦୋଳନ କାଳରେ ମିଶ୍ର ଗାଡି ମଡାଇ ବହୁ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *