ବଳାତ୍କାରୀ ବାପାକୁ ଆଜୀବନ କାରାଦଣ୍ଡ

Spread the love

କୋଚି: କେରଳ ହାଇକୋର୍ଟ ଶୁକ୍ରବାର ଦିନ ଥିରୁଭନନ୍ଥପୁରମର ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟଙ୍କ ରାୟକୁ ଅଖଣ୍ଡ ରଖିଛନ୍ତି। ଫଳରେ ନିଜ ନାବାଳିକା ଝିଅକୁ ବାରମ୍ବାର ଧର୍ଷଣ କରିବା ଅପରାଧରେ ୪୪ ବର୍ଷୀୟ ବ୍ୟକ୍ତିକୁ ଆଜୀବନ ଜେଲର ଚାରି କାନ୍ଥ ଭିତରେ ଦିନ କାଟିବାକୁ ହେବ।  

ସେସନ କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତ ଦ୍ବାରା ଦାୟର ମାମଲାରେ ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ସି ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଶୁଣାଣି କରି ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି।

ମାମଲାଟି ଏହି ପରି ଥିଲା, ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅକୁ ବାରମ୍ବାର ଧର୍ଷଣ କରିବା ସହ ତାକୁ ବିଭିନ୍ନ ଭାବେ ଧମକ ଦେଇ ଆସୁଥିଲା। ଏହି ମାମଲାରେ ପୂର୍ବରୁ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୭୬ ଓ ୩୭୭ ଓ ଶିଶୁ ଯୌନ ଶୋଷଣ ପାଇ ପସ୍କୋ ଆକ୍ଟ ଲାଗୁ ହୋଇଥିଲା।

ପୀଡିତାର ପ୍ରକୃତ ବୟସ ପ୍ରମାଣିତ କରିବାକୁ ଦସ୍ତାବିଜର ଅଭାବରୁ ପୂର୍ବରୁ କୋର୍ଟ ଅଭିଯୁକ୍ତକୁ ପସ୍କୋ ଆକ୍ଟକୁ ନିରସ୍ତ୍ର କରିଦେଇଥିଲେ କୋର୍ଟ। ଶେଷ ଶୁଣାଣି କାଳରେ କୋର୍ଟ କହିଥିଲେ, ଆମର ଏପରି ରୁଢିବାଦୀ, ପରମ୍ପରାର ଅଙ୍କୁଶ, ଅସମ୍ବେଦନଶୀଳ ସମାଜ, ଚରିତ୍ର ନଷ୍ଟ, ସାମାଜିକ କଳଙ୍କ ଓ  ଲଜ୍ଜା  ଆଦି କାରଣରୁ କେହି ବି ଏପରି ମିଥ୍ୟା ଅଭିଯୋଗ କରିବ ନାହିଁ।

କୋର୍ଟ ୟୁନାଇଟେଡ କିଙ୍ଗଡମ ଓ ଭାରତରେ ପ୍ରଚଳିତ ଆଇନକୁ ଉଲ୍ଲେଖ କରି କହିଥିଲେ କି, ଯଦିଓ ଉଭୟ ଦେଶରେ ଆଇନ ସମାନ ରହିଛି କିନ୍ତୁ ନିୟମ ଓ ଅପବାଦକୁ ନେଇ ଏଥିରେ ଏକ ଅର୍ଥପୂର୍ଣ୍ଣ ପ୍ରଭେଦ ରହିଛି। ଏହା ଦୁଇ ଦେଶର ସାମାଜିକ ସ୍ଥିତିକୁ ନେଇ ଭିନ୍ନ ଭିନ୍ନ ରହିଛି। ଭାରତରେ ଟ୍ରାଏଲ କାଳରେଜଣେ ଧର୍ଷଣ ପୀଡିତାକୁ ସମ୍ମାନର ସହ ବ୍ୟବହାର କରିବା ବଦଳରେ ଆହୁରି ଅଧିକ ଆହତ କରାଯାଇଥାଏ। ଯଦି କୋର୍ଟ ପାଇଁ ତାର ସାକ୍ଷ୍ୟ ଉପରେ ପୂର୍ଣ୍ଣରୂପେ ଭରସା କରିବା କଷ୍ଟକର ତେବେ ପୀଡିତା ଦ୍ବାରା ଉପସ୍ଥାପିତ ସାକ୍ଷ୍ୟ ପ୍ରମାଣକୁ ଅନୁଧ୍ୟାନ ପୂର୍ବକ ତାର ଅସହାୟତାକୁ ବୁଝି ନ୍ୟାୟ ଦେବାର ଆବଶ୍ୟକତା ରହିଛି।

ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ପୂର୍ବ ଦଣ୍ଡକୁ ବଳବତ୍ତର କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Leave a Reply

Your email address will not be published. Required fields are marked *