ସୁପ୍ରିମ କୋର୍ଟର ଶୁଣାଣି ହେବ ଲାଇଭ

Spread the love

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପାଇଁ ଆଜି ଐତିହାସିକ ଦି। ଏବେ ସାଧାରଣ ଲୋକେ ମଧ୍ୟ ସୁପ୍ରିମ କୋର୍ଟର ଶୁଣାଣି ଦେଖି ପାରିବେ। ଆଜିଠାରୁ ସମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଙ୍ଗ ହେବ। ସୁପ୍ରିମ କୋର୍ଟ ସମ୍ବିଧାନ ପୀଠଙ୍କ ସମ୍ମୁଖରେ ଥିବା ମାମଲାର ଶୁଣାଣିର ଲାଇଭ ପ୍ରସାରଣ ବ୍ୟବସ୍ଥା ହୋଇଛି।  ଏହି ମାମଲାଗୁଡିକରେ ଇଡବ୍ଲୁଏସ ଆରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ କେନ୍ଦ୍ର ବିବାଦ ସାମିଲ ଅଛି। ଗତ ସପ୍ତାହରେ ସୁପ୍ରିମ କୋର୍ଟରେ ସମ୍ବିଧାନିକ ପୀଠ ସମ୍ବନ୍ଧିତ ମାମଲାର ଶୁଣାଣି ଲାଇବ ଷ୍ଟ୍ରିମିଂ କରିବାକୁ ନିଷ୍ପତ୍ତି ହୋଇଥିଲା। ସିଜେଆଇ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ କୋର୍ଟ ମିଟିଂ ଏହି ନିଷ୍ପତ୍ତି ନେଇଥିଲେ।

୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ଜଣେ ଆଇନ ଛାତ୍ରଙ୍କ ଯାଚିକା ଉପରେ ସର୍ବୋଚ୍ଚ କୋର୍ଟ ସମସ୍ତ ସମ୍ବିଧାନିକ ଓ ରାଷ୍ଟ୍ରୀୟ ମହତ୍ବ ମାମଲାର ଶୁଣାଣିର ଲାଇଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଉପରେ କୋର୍ଟ କହିଛନ୍ତି, ଏହି ଖୋଲାପଣ ସୂର୍ଯ୍ୟ ରଶ୍ମୀ ପରି ସର୍ବଶ୍ରେଷ୍ଠ କିଟାଣୁନାଶକ ଅଟେ।

କୋର୍ଟଙ୍କ ନିଷ୍ପତ୍ତି ଫଳରେ ସମ୍ବିଧାନିକ ଓ ରାଷ୍ଟ୍ରୀୟ ଗୁରୁତ୍ବ ବହନ କରୁଥିବା ମାମଲାର ଶୁଣାଣି ଲାଇଭ ଷ୍ଟ୍ରିମିଂରେ ହେବ। ଫଳରେ କୋର୍ଟ ରୁମର ଓକିଲଙ୍କ ଯୁକ୍ତିଠାରୁ ବିଚାରପତିଙ୍କ ମତ ଓ ରାୟ ସବୁ ସାର୍ବଜନୀନ ହୋଇପାରିବ।

Leave a Reply

Your email address will not be published. Required fields are marked *