ପ୍ରଦୂଷଣ: ହରିଆଣା ସରକାରଙ୍କୁ ୧୦୦ କୋଟି ଜରିମାନା

ନୂଆଦିଲ୍ଲୀ: ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ହରିଆଣା ମୁଖ୍ୟ ସଚିବଙ୍କୁ ୧୦୦ କୋଟି ଟଙ୍କାର ଜରିମାନା କରିଛନ୍ତି। ପରିବେଶ ପ୍ରତି ସରକାର ଦ୍ବାରା ହୋଇଥିବା କ୍ଷତିର ଭରଣା ପାଇଁ ଏହି ଅର୍ଥରାଶି ପ୍ରଦାନ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ୯ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା କରିବେ ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ।

ଏହି କମିଟି ରିହାତିପ୍ରାପ୍ତ ଚୁକ୍ତି  ଅନୁଯାୟୀ ଠିକାଦାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବ ଓ ଯଦି ଚୁକ୍ତି ମୁତାବକ କାର୍ଯ୍ୟ କରିବାରେ ଠିକାଦାର ବିଫଳ ମିଳନ୍ତି ତେବେ କମିଟି ଠିକାଦାର ବଦଳି ପାଇଁ ଆବଶ୍ୟକ ସ୍ଥଳେ ବୈକଳ୍ପିକ ବ୍ୟବସ୍ଥା କରି ପାରିବେ, ଯାହା ପୂର୍ବରୁ ଟ୍ରୁବ୍ୟୁନାଲ ଦ୍ବାରା ଅନୁଧ୍ୟାନ କରାଯାଇଛି।

ଟ୍ରିବ୍ୟୁନାଲ ନୋଟ କରିଛନ୍ତି କି, ଏହି ପ୍ରସଙ୍ଗକୁ ନେଇ ଏକାଧିକ ଘଟଣାର ପରିଚାଳନାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ଡମ୍ପିଂ ସାଇଟରେ କଠିନ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ସାଧାରଣ ସ୍ବାସ୍ଥ୍ୟ, ପରିବେଶ ଓ ବନ୍ୟ ସୁରକ୍ଷାର ଅନୁପାଳନ କରାଯାଇ ନ ଥିବା ଏନଜିଟି ପାଇଛନ୍ତି।

ଗୁରୁଗ୍ରାମସ୍ଥିତ ବନ୍ଧୱାରୀ ଅଞ୍ଚଳରେ ଥିବା ଡମ୍ପିଂ ସାଇଟରେ ୩୩ ଲକ୍ଷ ମେଟ୍ରିକ ଟନର କଠିନ ବର୍ଜ୍ୟବସ୍ତୁ ଏକ ବର୍ଷ ଧରି ପଡି ରହିଛି। ଏକ ମାମଲାର ଶୁଣାଣି କାଳରେ ଟ୍ରିବ୍ୟୁନାଲଙ୍କୁ ଜଣାଯାଇଥିଲା କି, ବର୍ଜ୍ୟ ପରିଚାଳନା ପାଇଁ ଏକ ପ୍ରୋଜେକ୍ଟ ବିକଶିତ ହୋଇଛି ଓ ଏକ ଚାଇନା କମ୍ପାନୀ ଇକୋ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡକୁ ୨୦୧୭ରେ ଏହି କାର୍ଯ୍ୟ ଦିଆଯାଇଛି।

ତେବେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ପର୍ଯ୍ୟାପ୍ତ ନାହିଁ। ବର୍ଜ୍ୟକୁ ପୋଡା ଯାଇ ବାୟୁ ପ୍ରଦୂଷଣ କରାଯାଉଛି, ଯାହା ସ୍ଥାନୀୟ ଲୋକ ତଥା ଆସୋଲା ଭଟି ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ୟାନରେ ଥିବା ୧୯୩ ପ୍ରଜାତିର ପକ୍ଷୀଙ୍କ ସହ ବହୁ ପ୍ରକାରର ଔଷଧୀୟ ବୃକ୍ଷ, ୮୦ ପ୍ରଜାତିର ପ୍ରଜାପତି, ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏନଜିଟିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *