ଇସଲାମବାଦ: ଶୁକ୍ରବାର ଦିନ ପାକିସ୍ତାନର ଏକ କୋର୍ଟ ପ୍ରଧନମନ୍ତ୍ରୀ ସେହବାଜ ସରିଫଙ୍କ ସାନପୁଅ ସୁଲେମାନ ସେହବାଜ ଓ ଅନ୍ୟ ଜଣଙ୍କୁ ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ଲାହୋର କୋର୍ଟଙ୍କ ବାରମ୍ବାର ସମନ ପରେ ସୁଲେମାନ ଓ ତାହିର ନକବି କୋର୍ଟରେ ହାଜର ନ ହେବାରୁ କୋର୍ଟ ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି।
୨୦୨୦ରେ ଫେଡେରାଲ ଇଭେଷ୍ଟିଗେସନ ଏଜେନ୍ସ (ଏଫଆଇଏ) ସାହବାଜ ଓ ତାଙ୍କ ଦୁଇ ପୁଅ ହମାଜ ଓ ସୁଲେମାନଙ୍କ ବିରୋଧରେ ପ୍ରିଭେନ୍ସନ ଅଫ କରପସନ ଆକ୍ଟ ଓ ଆଣ୍ଟି ମନି ଲଣ୍ଡରିଂ ଆକ୍ଟରେ ମାମଲା ଦାୟର କରିଥିଲା। ଏପରି କି, ମେ ୨୮ ତାରିଖରେ ସୁଲେମନ ଓ ନକବିଙ୍କ ବିରୋଧରେ କୋର୍ଟ ଗିରଫ ପରୱାନା ଜାରି କରିଥିଲେ।
ଜୁନ ୧୧ ତାରିଖରେ ଏଫଆଇଏ ସୁଲେମନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଉପରେ ରିପୋର୍ଟ ଦାଖଲ କରିଥିଲା। ତଦନ୍ତକାରୀ ସଂସ୍ଥା ସୁଲେମାନ, ନକବି ଓ ମକସୁଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ରିପୋର୍ଟରେ ସଂସ୍ଥା କୋର୍ଟଙ୍କୁ ଜଣାଇଥିଲା କି, ସୁଲେମନ ତାଙ୍କ ଠିକଣାରେ ମିଳିନଥିଲେ ଓ ସେ ବିଦେଶକୁ ଚାଲିଯାଉଛନ୍ତି। ଜାରି ପରୱାନାରେ ଥିବା ତୃତୀୟ ବ୍ୟକ୍ତିଙ୍କର ଗତ ମାସରେ ୟୁଏଇରେ ମୃତ୍ୟୁ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now