ବିବାହ ବୟସ ସମ୍ପର୍କିତ ଯାଚିକା ଖାରଜ

Spread the love

ନୂଆଦିଲ୍ଲୀ: ସମସ୍ତ ଧର୍ମର ଝିଅମାନଙ୍କ ବିବାହ ବୟସ ପୁଅଙ୍କ ସହ ସମାନ କରିବାକୁ ଦାୟର ଯାଚିକା ସୁପ୍ରିମକୋର୍ଟରେ ଖାରଜ। ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଯାଚିକାକୁ ଖାରଜ କରି କହିଛନ୍ତି କି, ସମ୍ବିଧାନର ରକ୍ଷକ ଭାବେ କୋର୍ଟଙ୍କର ବିଶେଷ ଅଧିକାର ନାହିଁ। ସମ୍ବିଧାନର ରକ୍ଷା ପାଇଁ ସଂସଦ ପାଖରେ ସମାନ ଅଧିକାର ରହିଛି। ସଂସଦ ନିକଟରେ ଆଇନରେ ସଂଶୋଧନ ଆଣିବାର କ୍ଷମତା ରହିଛି।

ସୁପ୍ରିମ କୋର୍ଟ କହିଛନ୍ତି, ଏହା ଆଇନରେ ସଂଶୋଧନର ମାମଲା, ଯାହାକୁ କରିବାକୁ କୋର୍ଟ ସଂସଦକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ଯଦି କୋର୍ଟ ବିବାହର ୧୮ ବର୍ଷକୁ ରଦ୍ଦ କରିଦିଅନ୍ତି ତେବେ ଆଉ କୌଣସି ସର୍ବନିମ୍ନ ବୟସ ରହିବ ନାହିଁ। ଏଥିସହ କୋର୍ଟ ଯାଚିକାକର୍ତ୍ତା ବିଜେପି ନେତା ତଥା ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କୁ କହିଛନ୍ତି କି, କୋର୍ଟ କୌଣସି ରାଜନୈତିକ ମଞ୍ଚ ନୁହେଁ। ତେଣୁ ଆମକୁ ସମ୍ବିଧାନର ରକ୍ଷକ ଭାବେ କଣ କରିବାକୁ ହେବ ତାହା ଶିଖାନ୍ତୁ ନାହିଁ।

ଯାଚିକା ସମ୍ପର୍କରେ ଖଣ୍ଡପୀଠ କହିଛନ୍ତି, ଏହି ଜନହିତ ଯାଚିକାକୁ ମଜାକ ନ କରନ୍ତୁ। ଏହା ପୂର୍ବରୁ ପୁଅ ଝିଅଙ୍କ ବିବାହର ନ୍ୟୁନତମ ବୟସ ଧାର୍ଯ୍ୟ କରିବାକୁ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ସବୁ ପକ୍ଷକୁ ନୋଟିସ କରିଥିଲେ। ଜନହିତ ଯାଚିକା ମୁତାବକ, କୋର୍ଟକୁ ଏସମ୍ପର୍କରେ କୁହାଯାଇଥିଲାକି, ଧାର୍ମିକ ମାନ୍ୟତା ସବୁଠାରୁ ଭିନ୍ନ ଆଇନ ହେଉ ଯେଉଁଥିରେ ବିବାହ ପାଇଁ ଏକ ସମାନ ବୟସ ଧାର୍ଯ୍ୟ କରାଯାଉ ଓ ନ୍ୟୁନତମ ବୟସ ଧାର୍ଯ୍ୟକରାଯାଉ, ଯାହା ସମସ୍ତ ନାଗରିକଙ୍କ ଉପରେ ଲାଗୁ ହେବ।  

Leave a Reply

Your email address will not be published. Required fields are marked *