ନୂଆଦିଲ୍ଲୀ: ଜାମିନ ମିଳିବା ପରେ ନିର୍ଦ୍ଧାରିତ ସର୍ତ୍ତ ପୂରଣ ଅଭାବରୁ ଜେଲରେ ବର୍ଷ ବର୍ଷ ରହୁଥିବା ବିଚାରାଧୀନ କଏଦୀଙ୍କ ପାଇଁ ସୁପ୍ରିମ କୋର୍ଟ ଉଠାଇଛନ୍ତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। କୋର୍ଟ ପକ୍ଷରୁ ଜାମିନ ପରେ ଜେଲରେ ସଢୁଥିବା କଏଦୀଙ୍କ ପାଇଁ ସାତଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି।
କୋର୍ଟ ଜାମିନ ନିୟମ ପ୍ରସ୍ତୁତ କରିବା ମାମଲାରେ ସ୍ବତଃ ସଂଜ୍ଞାନ ନେଇ ଶୁଣାଣି କରିଥିଲେ। ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ସମାରୋହରେ ସରକାରୀ ଭାଷଣ ପରେ ଭାବାପୂର୍ଣ୍ଣ ଅପିଲ କହିଥିଲେ କି, ଦେଶର ଜିଲ୍ଲାଗୁଡିକରେ ବନ୍ଦୀଥିବା ହଜାର ହଜାର କଏଦୀଙ୍କ ନିକଟରେ ଜାମିନ ନିର୍ଦ୍ଦେଶ ପରେ ଜାମିନ ରାଶି ପୂରା ନ କରିପାରିବାରୁ ଜେଲରେ ସଢୁଛନ୍ତି। କୋର୍ଟ ଓ ସରକାର ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଘଟଣାର ଦୁଇ ଦିନ ପରେ ସୁପ୍ରିମ କୋର୍ଟ ମାମଲାକୁ ନେଇ ସମସ୍ତ ରିପୋର୍ଟ ତଲବ କରିଥିଲେ।
ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଅଭୟ ଏସ ଓକଙ୍କ ଖଣ୍ଡପୀଠ ଏସମ୍ପର୍କରେ ସୁପ୍ରିମ କୋର୍ଟ ୭ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।
୧- ଏସସି କହିଛନ୍ତି କି, କୋର୍ଟ ଯେତେବେଳେ ଏକ ଅଣ୍ଡରଟ୍ରାଏଲ କଏଦୀ/ଦୋଷୀଙ୍କୁ ଜାମିନ ଦେଉଛନ୍ତି ସେହି ଦିନ ବା ତା ପରଦିନ ଜେଲ ଅଧ୍ୟକ୍ଷଙ୍କ ମାଧ୍ୟମରେ କଏଦୀଙ୍କୁ ଇମେଲ ମାଧ୍ୟମରେ ଜାମିନ ଆଦେଶର ସପ୍ଟ କପି ଦିଆଯିବ। ଜେଲ ଅଧିକ୍ଷକଙ୍କୁ ଇ ଜେଲ ସପ୍ଟୱୋର ବା କୌଣସି ଅନ୍ୟ ସପ୍ଟୱେୟାର ଯାହା ଜେଲ ବିଭାଗ ଦ୍ବାରା ବ୍ୟବହାର ହେଉଛି, ସେଥିରେ ଜାମିନ ଦେବାର ତାରିଖ ଉଲ୍ଲେଖ କରିବାକୁ ହେବ।
୨-ଯଦି କଏଦୀକୁ ଜାମିନ ଦେବା ଦିନରୁ ୭ ଦିନରୁ ଅଧିକ ଭିତରେ ମୁକ୍ତ କରାଯାଇନାହିଁ ତେବେ ଜେଲ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ(ଡିଏଲଏସଏ)ଙ୍କୁ ଏସମ୍ପର୍କରେ ସୂଚିତ କରିବେ। ଯେମିତି କି, କଏଦୀଙ୍କୁ ମୁକ୍ତ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇପାରିବ।
୩- ଏନଆଇସି ପକ୍ଷରୁ ଇ-ଜେଲ ସପ୍ଟୱେରରେ ଆବଶ୍ୟକ ଫିଲ୍ଡ ପ୍ରସ୍ତୁତ କରିବାର ପ୍ରୟାସ କରାଯିବ, ଯେମିତି ଜେଲ ବିଭାଗ ଦ୍ବାରା ଜାମିନ ଦେବା ତାରଖ ଓ ମୁକୁଳିବା ତାରିଖ ଉଲ୍ଲେଖ ହୋଇପାରିବ ଓ ଯଦି କଏଦୀ ୭ ଦିନ ଭିତରେ ମୁକ୍ତ ନ ହୁଅନ୍ତି ତେବେ ଏକ ସ୍ବଚାଳିତ ଇମେଲ ସଚିବ, ଡିଏଲଏସଏଙ୍କୁ ପଠାଯାଇ ପାରିବ।
୪- ସଚିବ, ଡିଏଲଏସଏ କଏଦୀଙ୍କ ଆର୍ଥିକ ସ୍ଥିତିର ତଦନ୍ତ କରିବେ ଓ ଏହି କାର୍ଯ୍ୟରେ ପାରା ଲିଗାଲ ଭଲେଣ୍ଟିୟରଙ୍କ ସହଯୋଗ ନେଇପାରିବେ, ଯେଉଁମାନେ କଏଦୀଙ୍କ ଆର୍ଥିକ ସ୍ଥିତି ଉପରେ ତଦନ୍ତ ରିପୋର୍ଟ ଦେବେ। ଯେମିତି କି, ସମ୍ବନ୍ଧିତ କୋର୍ଟଙ୍କ ନିକଟରେ ଜାମିନ ସର୍ତ୍ତରେ କୋହଳ କରିବାକୁ ଅନୁରୋଧ କରାଯାଇ ପାରିବ।
୫- ଯଦି କଏଦୀ ଅନୁରୋଧ କରେ କି, ସେ ଜାମିନରେ ବାହାରିବା ପରେ ବଣ୍ଡ ରାଶି ଦେଇପାରିବ, ତେବେ ଏକ ଉପଯୁକ୍ତ ମାମଲାରେ କୋର୍ଟ ତାଙ୍କୁ ଏକ ବିଶିଷ୍ଟ ଅବଧି ପାଇଁ ଅସ୍ଥାୟୀ ଜାମିନ ଦେବା ଉପରେ ବିଚାର କରିପାରିବେ, ଯେମିତି ଜାମିନ ବଣ୍ଡ ଦାଖଲ ହୋଇପାରିବ।
୬- ଯଦି ଜାମିନ ଦେବାର ଏକ ମାସ ଭିତରେ ଜାମିନ ବଣ୍ଡ ପ୍ରସ୍ତୁତ ନ ହୋଇପାରୁଛି, ତେବେ ସମ୍ବନ୍ଧିତ କୋର୍ଟ ଏହି ମାମଲାରେ ନିଜେ ହସ୍ତକ୍ଷେପ କରିପାରିବେ ଓ ଏହା ଉପରେ ବିଚାର କରି ଜାମିନ ସର୍ତ୍ତରେ ସଂଶୋଧନ ଓ ମୁକ୍ତ କରାଯିବା ଆବଶ୍ୟକ।
୭- କଏଦୀ ମୁକ୍ତିରେ ଡେରିର ଏକ କାରଣ ସ୍ଥାନୀୟ ଜାମିନରେ ଜୋର ଦେବା। ତେଣୁ ସୁପ୍ରିମ କୋର୍ଟ ପରାମର୍ଶ ଦେଇଛନ୍ତି କି, ଏପରି ମାମଲାରେ କୋର୍ଟଗୁଡକ ସ୍ଥାନୀୟ ଜାମିନ ସର୍ତ୍ତ ନ ଲଗାଇ ପାରନ୍ତି।
ଖଣ୍ଡପୀଠ ଆଦେଶ ଦେଇ କହିଛନ୍ତି କି, ଭାରତ ସରକାର ଜାତୀୟ ଆଇନ ସେବା ପ୍ରାଧିକରଣ(ଏନଏଏଲଏସଏ)ଙ୍କ ସହ ଚର୍ଚ୍ଚା କରିବାର ଦରକାର କି କଣ ସେ ଏନଏଏଲଏସଏ ଓ ଡିଏଲଏସଏଙ୍କ ସଚିବମାନେ ଇଜେଲ ପୋର୍ଟଲ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି କି ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now