ଶ୍ରାବଣ ମାସର ପ୍ରଥମ ସୋମବାରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁଙ୍କର ଆଗମନ ହୋଇଛି। ଏହି କ୍ରମରେ ରାଜ୍ୟ ତଥା ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସ ସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ପୀଠକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କାଉଡ଼ି ଭକ୍ତଧାରୀଙ୍କ ସମେତ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ମାନଙ୍କରୁ ଭକ୍ତ ଶ୍ରଦ୍ଧାଳୁ ଚନ୍ଦ୍ରଶେଖର ଜୀଉଙ୍କ ଦର୍ଶନ ନିମନ୍ତେ ଭିଡ଼ ପରିଲିଖିତ ହେଉଥିବା ଦେଖିବାକୁ ମିଳିଛି।ଶ୍ରାବଣ ମାସର ପାଞ୍ଚଟି ସୋମବାର ଜଳାଭିଷେକ ଉପଲକ୍ଷେ ଭିଡ଼ ଶାନ୍ତିଶୃଙ୍ଖଳା ନିମନ୍ତେ ଜିଲ୍ଲାର ଦେବୋତ୍ତର ପ୍ରଶାସନ,ମନ୍ଦିର କମିଟି ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦର୍ଶାଇଛି ଜିଲ୍ଲା ପ୍ରଶାସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now