ତିବ୍ଦତ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ରାଙ୍କରେ ଅଧିଷ୍ଠିତ ହେଲେ ଜଣେ ବାଳକ

Spread the love

ନୂଆଦିଲ୍ଲୀ: ତିବ୍ଦତ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ରାଙ୍କ ହେଉଛି ଖାଲଖା ଜେଟସୁନ ଧାମ୍ପା ରିନ୍ପୋଚେ। ଏହି ସମ୍ମାନସ୍ପଦ ଆସନରେ ଆମେରିକାରେ ଜନ୍ମିତ ଜଣେ ମଙ୍ଗୋଲୀୟ ବାଳକକୁ ନାମିତ କରିଛନ୍ତି ଦଲାଇ ଲାମା। ଟାଇମ୍ସ ଅନୁଯାୟୀ, ମାର୍ଚ୍ଚ ଆଠ ତାରିଖରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଦଲାଇ ଲାମାଙ୍କୁ ଜଣେ ୮ ବର୍ଷର ବାଳକ ସହ ଦେଖିବାକୁ ମଳିଥିଲା।

ସୂଚନା ମୁତାବକ, ସେଠାରେ ବାସକରୁଥିବା ନିର୍ବାସିତ ବୌଦ୍ଧ ନେତାଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବାଳକ ଯୋଗ ଦେଇଥିଲେ।  ଆଠ ବର୍ଷର ଏହି ବାଳକ ୟୁଏସରେ ଜନ୍ମଲାଭ କରିଥିବା ବେଳେ ତାଙ୍କର ପିତା ଜଣେ ପ୍ରଫେସର ତଥା ପୂର୍ବତନ ମଙ୍ଗୋଲିଆନ ଏମପିଙ୍କ ନାତି। ଏହି ବାଳକଙ୍କର ଜଣେ ଜାଆଁଳା ଭାଇ ଥିବା ସୂଚନା ରହିଛି।  ଦଲାଇ ଲାମାଙ୍କ ଦ୍ବାରା ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ସ୍ଥାନରେ ଏହି ବାଳକଙ୍କୁ ଅଭିଷେକ କରିବା ଚୀନକୁ ନିଶ୍ଚିତ ରୂପେ ଖଟିବ। କାରଣ ଚୀନ ସରକାର ନିଯୁକ୍ତ କରୁଥିବା ନେତାମାନଙ୍କୁ ହିଁ ମାନ୍ୟତା ଦେବାକୁ ଦାବି କରି ଆସୁଛି। ତଥ୍ୟ ଅନୁଯାୟୀ, ଦଲାଇ ଲାମାଙ୍କ ଏହି ପଦକ୍ଷେପ ଚୀନକୁ ଆହୁରି ଉତ୍କ୍ଷିପ୍ତ କରିବାର ସମ୍ଭାବନା ଥିବାରୁ  ଏହି କାର୍ଯ୍ୟକ୍ରମର ଖବର ଉଭୟ ଉତ୍ସାହ ଓ ଶଙ୍କା ସୃଷ୍ଟି କରିଛି ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବିଙ୍କ ମଧ୍ୟରେ।

ସୂଚନାଯୋଗ୍ୟ, ୧୯୯୫ ମସିହାରେ ଦଲାଇ ଲାମା ୧୧ ତମ ପଞ୍ଚେମ ଲାମାଙ୍କୁ ଅଭିଷେକ କରିବା ପରେ  ଉତ୍କ୍ଷିପ୍ତ ହୋଇଉଠିଥିଲା ଚୀନ ସରକାର। ଏହା ପରେ ଉକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ପରିବାର ବର୍ଗକୁ ଅପହାରଣ କରିନିଆଯାଇଥିଲା। ଏହା ପରେ କେହି କେବେ ସେହି ପରିବାରକୁ ଦେଖି ନାହାନ୍ତି। ତେବେ ପରେ ତବ୍ଦତ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚ ଏହି ପଦରେ ଚୀନ ସରକାର ନିଜର ଜଣେ ପ୍ରାର୍ଥୀଙ୍କୁ ଅଧିଷ୍ଠିତ କରିଥିଲା।

Leave a Reply

Your email address will not be published. Required fields are marked *