Ganjamଓଡ଼ିଶାରାଜନୀତି

ଗଂଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BMP_CM VISIT PREPARATION_PKG

ଆସନ୍ତାକାଲି ଦିନିକିଆ ଗଂଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଶୁଭ ଉଦଘାଟନ ସହ କିଛି ନୂତନ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଂଜାମ ଗସ୍ତ। ଗଂଜାମ ଜିଲ୍ଲାର  କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭ ଉଦଘାଟିନୀ ସହ ବହୁ ନୂତନ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। କୋଭିଡ ପରେ ମୁଖ୍ୟମନ୍ତ୍ରୀ ଗଂଜାମ ପ୍ରସିଦ୍ଧ ଶକ୍ତି ପୀଠ ମା  ତାରାତାରିଣୀଙ୍କ ନବକଳେବରରେ ଯୋଗ ଦେଇଥିବାବେଳେ, ପୁଣି ଥରେ ଆଉ ଏକ ବିରାଟ କାର୍ଯ୍ୟକ୍ରମରେ ଯୋଗ ଦେବେ। 

ସେପଟେ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁକୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୧୯ ମାସ ପରେ ଗସ୍ତକୁ ନେଇ ସ୍ଥାନୀୟ ନେତା ଓ କର୍ମୀଙ୍କ ଭିତରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ଆଇଜିଙ୍କ ସହ ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହିଂଜିଳିରେ ୨୦ ପ୍ଲାଟୁନ କବିସୂର୍ଯ୍ୟନଗର ଓ ଛତ୍ରପୁରରେ 28 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେଡି ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ  ଦେଖିବାକୁ ମିଳିଛି ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button